ଉତ୍କର୍ଷା ପାୱାରଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୋଇଥିଲେ ଋତୁରାଜ ଗାଏକ୍ଵାଡ, ଜାଣନ୍ତୁ ତାଙ୍କ ଫିଲ୍ମମି ଲଭଷ୍ଟୋରୀ ବିଷୟରେ…

Published By : Prameya-News7 Bureau | April 24, 2024 IST

ମୁମ୍ଵାଇ ୨୪।୦୪: ଋତୁରାଜ ଗାଏକ୍ଵାଡ ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସର ଦାୟିତ୍ୱ ଗ୍ରହଣ କରୁଛନ୍ତି। ଲକ୍ଷ୍ନୌ ବିପକ୍ଷରେ ଖେଳାଯାଇଥିବା ସିଜନର ଶେଷ ମ୍ୟାଚରେ ଗାଏକ୍ଵାଡ ଏକ ଶତକ ଖେଳିଥିଲେ। ତେବେ ତାଙ୍କ ଶତକ ଦଳକୁ ବିଜୟ ଆଣିପାରି ନଥିଲା।

ନିଜର ଚମତ୍କାର ବ୍ୟାଟିଂ ସହ ଚର୍ଚ୍ଚାରେ ଥିବା ଋତୁରାଜ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଆପଣ ଜାଣନ୍ତି କି ଗାଏକ୍ଵାଡଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା 

ଋତୁରାଜଙ୍କ ପତ୍ନୀଙ୍କ ନାମ ଉତ୍କର୍ଷା ପାୱାର । ସେ ମଧ୍ୟ ଜଣେ କ୍ରିକେଟର। ଯିଏ ମହାରାଷ୍ଟ୍ର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳନ୍ତି। ଗାଏକ୍ଵାଡ ଏବଂ ଉତ୍କର୍ଷା ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ। ଶୁଣିବାକୁ ମିଳିଥିଲା କି ଉଭୟ ପ୍ରଥମ ସାକ୍ଷାତରେ ପରସ୍ପରକୁ ଭଲପାଇ ବସିଥିଲେ । 

ପ୍ରଥମ ଦେଖା ପରେ ଉଭୟଙ୍କ ମଧ୍ୟରେ ଦୁହେଁ ପରସ୍ପରକୁ ସହ ବହୁତ ସମୟ ଅତିବାହିତ କରୁଥିଲେ । ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କଲେ । ଦୀର୍ଘ ଦିନ ଧରି ଡେଟ କରିବା ପରେ ଗାଏକ୍ଵାଡ ଏବଂ ଉତ୍କର୍ଷା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଜୁନ୍ ୨୦୨୩ରେ ବିବାହ କରିଥିଲେ।

ଉତ୍କର୍ଷା ମୂଳତଃ ପୁଣେର । ପ୍ରାରମ୍ଭରେ ସେ ଫୁଟବଲ ଏବଂ ବ୍ୟାଡମିଣ୍ଟନ ଖେଳୁଥିଲେ କିନ୍ତୁ ୧୧ ବର୍ଷ ବୟସରେ ସେ କ୍ରିକେଟ୍ ବାଛିଥିଲେ। ଏହା ପରେ ସେ ମହାରାଷ୍ଟ୍ର ମହିଳା କ୍ରିକେଟ୍ ଦଳରେ ଖେଳିବାର ସୁଯୋଗ ପାଇଲେ। ଏହା ବ୍ୟତୀତ ଉତ୍କର୍ଷା ପୁଷ୍ଟିକର ଏବଂ ଫିଟନେସ୍ ସାଇନ୍ସରେ ପାଠ କରିଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.