ରୁଷର ଜଙ୍ଗଲ ନିଆଁରେ ଗଲାଣି ୨୧ ଜଣଙ୍କ ଜୀବନ, ୫ ହଜାରରୁ ଅଧିକ ଘର ଜଳି ପାଉଁଶ

Published By : Prameya-News7 Bureau | May 10, 2023 IST

ନୂଆଦିଲ୍ଲୀ: ରୁଷର ୟୁରାଲ ପର୍ବତରେ ଜଙ୍ଗଲରେ ଲାଗିଥିବା ନିଆଁରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଛି । କୁରଗନ ଏବଂ ସାଇବେରିଆର ଜଙ୍ଗଲରେ ଗତ ଏକ ସପ୍ତାହ ଧରି ଭୀଷଣ ନିଆଁ ଲାଗିଛି । ନିଆଁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଘର ଜଳି ପାଉଁଶ ହୋଇସାରିଛି ।

ରୁଷର ନ୍ୟୁଜ ଏଜେନ୍ସି ତାସ ମଙ୍ଗଳବାର କହିଛି ଯେ ପଶ୍ଚିମ ସାଇବେରିଆର ତ୍ୟୁମେନ ପ୍ରାନ୍ତରେ ଜଣେ ବ୍ୟକ୍ତି ନିଆଁ ଲିଭାଇବା ବେଳେ ଜଳି ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଜଙ୍ଗଲ ନିଆଁ ଯୋଗୁଁ କୁରଗନ ପ୍ରାନ୍ତର ୟୁଦ୍ଲୁସ ଗାଁରେ ସବୁଠୁ ଅଧିକ ମୃତ୍ୟୁ ହୋଇଛି । ଏହା ୟୁରାଲ ପର୍ବତ ଶୃଙ୍ଖଳା ଏବଂ ସାଇବେରିଆ ନିକଟରେ ରହିଛି ।

ଜଙ୍ଗଲ ନିଆଁ ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଂକା କରାଯାଉଛି । ଗତ କିଛି ବର୍ଷ ଧରି ରୁଷର ଜଙ୍ଗଲଗୁଡିକରେ ବଡ଼ ଧରଣର ନିଆଁ ଲାଗିବା ଘଟଣା ସାମନାକୁ ଆସିସାରିଛି । ବିଶେଷଜ୍ଞମାନେ ଏଥିପାଇଁ ଅସାମାନ୍ୟ ରୂପେ ଶୁଷ୍କ ଗ୍ରୀଷ୍ମକାଳ ଏବଂ ବଢୁଥିବା ତାପମାତ୍ରାକୁ ଦାୟୀ କରିଛନ୍ତି । ରୁଷର ଜରୁରୀକାଳିନ ମନ୍ତ୍ରୀ ଦାବି କରିଛନ୍ତି ଯେ ବସ୍ତିଗୁଡିକରେ ବିସ୍ଫୋରଣର ଆଉ କୌଣସି ଭୟ ନାହିଁ । କେବେ ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ ଜଙ୍ଗଲ ଏବେ ବି ଜଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.