ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ପୁଟିନ ଏବଂ ଜେଲେନସ୍କି, ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ହେଲେ ରାଜି: ରିପୋର୍ଟ

8/10/2022 at 5:29 PM

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚଳିତ ବର୍ଷ ଇଣ୍ଡୋନେସିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଦୁଇ ନେତା ବାଲି ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି । କେବଳ ଏତିକି ନୁହେଁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜ ରୁଷ ସମକକ୍ଷଙ୍କ ସହ ବୈଠକ କରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ମନା କରିନାହାନ୍ତି ।

ଦ ନ୍ୟାସନାଲ ସହ ଏକ ସାକ୍ଷାତକାରରେ, ୟୁଏଇରେ ଅବସ୍ଥାପିତ ଇଣ୍ଡୋନେସିଆର ରାଜଦୂତ ହୁସେନ ବାଗିସ କହିଛନ୍ତି, ‘ଦୁହେଁ ସହମତି ଅଛନ୍ତି( ସମ୍ମିଳନୀରେ ଯୋଗ ଦେବା ପାଇଁ)’। ଆସନ୍ତା ନଭେମ୍ୱର ୧୫-୧୬ରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖରସମ୍ମିଳନୀ ଆୟୋଜିତ ହେବ । ଇଣ୍ଡୋନେସିଆର ରାଷ୍ଟ୍ରଦୂତ କହିଛନ୍ତି, ‘ୟୁକ୍ରେନ-ରୁଷ ଯୁଦ୍ଧ କାରଣରୁ ସ୍ଥିତି ସହଜ ନାହିଁ…କେଉଁ ହୋଟେଲରେ ପୁଟିନ ଏବଂ କେଉଁ ହୋଟେଲରେ ଜେଲେନସ୍କିଙ୍କୁ ରଖାଯିବ ତାକୁ ନେଇ ବିଚାର କରାଯାଉଛି’ ।

ଇଣ୍ଡୋନେସିଆ ରାଷ୍ଟ୍ରଦୂତ କହିଛନ୍ତି, ‘ମୋ ଦେଶରେ ସବୁ କିଛି ଶାନ୍ତିପୂର୍ଣ୍ଣ ରହିଛି । ଯଦି ପୁଟିନ ଏବଂ ଜେଲେନସ୍କି ବାଲି ଯାତ୍ରା କରନ୍ତି, ତେବେ ଏହା ପ୍ରଥମ ଥର ହେବ ଯେତେବେଳେ ଯୁଦ୍ଧ ପରେ ଦୁଇ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ’। ତେବେ ବାଗିସଙ୍କ ବୟାନ ଉପରେ ୟୁକ୍ରେନ ଏବଂ କିମ୍ୱା ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

   Related Posts