ଡ୍ରୋନକୁ ମାରି ଖସାଇବା ପରେ ଋଷ୍ର ଚେତାବନୀ; ରାଷ୍ଟ୍ରଦୂତ କହିଲେ ‘ବାୟୁ ସୀମାରେ ଯୁଦ୍ଧାସ୍ତ୍ର ଉଡ଼ାଇବାରୁ ବିରତ ରହୁ ଆମେରିକା’
15/03/2023 at 3:17 PM

ନୂଆଦିଲ୍ଲୀ, : କୃଷ୍ଣସାଗରରେ ଆମେରିକା ଡ୍ରୋନକୁ ମାରି ଖସାଇବା ପରେ ଚେତାବନୀ ଦେଲା ଋଷ । ବାୟୁସୀମା ନିକଟରେ ଡ୍ରୋନ୍ କିମ୍ବା ଯୁଦ୍ଧ ବିମାନ ଉଡ଼ାଇବାରୁ ନିବୃତ୍ତ ରହିବାକୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଋଷ୍ ରାଷ୍ଟ୍ରଦୁତ କହିଛନ୍ତି ।
ଅନାତୋଲି ଏଣ୍ଟୋନୋବା ନିଜ ଟେଲିଗ୍ରାମ ପେଜ୍ ଲେଖିଛନ୍ତି, ‘ସଂୟୁକ୍ତ ରାଷ୍ଟ୍ର, ଋଷ୍ ସୀମାରେ କୌଣସି ଉତ୍ତେଜନାମୂଳକ ଗତିବିଧି ନକରିବା ଦରକାର । ଆମକୁ ଏହା ମାନିନେବାକୁ ହେବ ଯେ ଆମେରିକା ବାୟୁସୀମାରେ ଡ୍ରୋନ୍ କିମ୍ବା ଫାଇଟର ଜେଟ୍ ଉଡ଼ାଇବ ନାହିଁ । ଆମେରିକା ସେନା ଅବିଶ୍ବସନୀୟ କାର୍ଯ୍ୟ ଚିନ୍ତାର କାରଣ । ଆମେ ଏଭଳି ମିଶନ ପୂର୍ବରୁ ଭଲ ଭାବେ ଦେଖିଛୁ । ଏହି ପରି ଭାବେ ଡ୍ରୋନ ଷ୍ଟ୍ରାଇକ୍ ହୋଇଥାଏ ।’
କୃଷ୍ଣସାଗର ବାୟୁସୀମାରେ ଆମେରିକା ଡ୍ରୋନକୁ ମାରି ଋଷ ମାରି ଖସାଇବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କୃଷ୍ଣସାଗର ଅନ୍ତରାଷ୍ଟ୍ରୀୟ ଜଳ ସୀମାରେ ପାଟ୍ରୋଲିଂ କରୁଥିବା ବେଳେ ଋଷ୍ ଏୟାରଫୋର୍ସ ଜେଟ୍ ଓ ଆମେରିକା ଏୟାରଫୋର୍ସ ଡ୍ରୋନ୍ ମୁହାଁମୁହିଁ ହୋଇଥିଲେ । ଆମେରିକା ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁଏସ ଡ୍ରୋନ୍ ସାମ୍ନାକୁ ଜାଣିଶୁଣି ଋଷ ଯୁଦ୍ଧ ବିମାନ ଆସିଥିଲା ଏବଂ ଡ୍ରୋନକୁ ନଷ୍ଟ କରିବା ପାଇଁ ଜେଟ୍ରୁ ତେଲ ଢାଳିଥିଲେ । ଫଳରେ ଏଥିରେ ଡ୍ରୋନ ପ୍ରୋପେଲର କ୍ଷତିଗ୍ରସ୍ତ ହୋଇଛି । ସେପଟେ ଋଷ ଏହି ଅଭିଯୋଗକୁ ଭିତ୍ତିହୀନ କହିଛି । ଋଷ ସେନା ଏଭଳି କୌଣସି କାର୍ଯ୍ୟ କରିନାହିଁ ।
କୃଷ୍ଣସାଗାରର ଜଳ ସୀମା ଋଷ ଏବଂ ୟୁକ୍ରେନକୁ ଲାଗି କରି ରହିଛି । ଯୁକ୍ରେନ ଓ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଯୋଗୁ ଏହି କ୍ଷେତ୍ରରେ କିଛି ମାସ ହେଲା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ସମୟ ଅନୁସାରେ, ମଙ୍ଗଳବାର ୭ଟା ୩ ମିନିଟରେ ପାଟ୍ରୋଲିଂ ସମୟରେ ଋଷ ବିମାନ ଓ ଆମେରିକା ଡ୍ରୋନ ସାମ୍ନାସାମ୍ନି ହୋଇଥିଲେ। ଆମେରିକା ବାୟୁସେନାର MQ-9 ଡ୍ରୋନକୁ ଋଷର Su-27 ଯୁଦ୍ଧ ବିମାନ ନଷ୍ଟ କରିଦେଇଛି ।