ଶତ୍ରୁର ନିଦ ହଜାଇବ ରୁଷର ଆଡଭାନ୍ସ ଲେଜର ସିଷ୍ଟମ 'କଲୀନା', ସାଟେଲାଇଟ୍‌ ଉପରେ କରିବ ହମଲା !

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ଶତ୍ରୁର ନିଦ ହଜାଇବ ରୁଷର ଆଡଭାନ୍ସ ଲେଜର ସିଷ୍ଟମ। ୟୁକ୍ରେନ ସହିତ ଜାରି ଯୁଦ୍ଧ ମଧ୍ୟରେ ରୁଷର ଘାତକ ଅସ୍ତ୍ର ଶସ୍ତ୍ରକୁ ନେଇ ନୂତନ ସୂଚନା ସାମ୍ନାକୁ ଆସିବାରେ ଲାଗିଛି। ସମଗ୍ର ଦୁନିଆ ଗଣମାଧ୍ୟମର ରିପୋର୍ଟ ଏବଂ ସ୍ପେନ ମ୍ୟାଗଜିନରୁ ଜଣା ପଡୁଛି ଯେ, ରୁଷ ଏବେ ନୂତନ ଲେଜର ସିଷ୍ଟମ ମୁତୟନ କରିଛି। ଉତ୍ତର କାକେସନ ସ୍ଥିତ ନିଜ ଅନ୍ତରୀକ୍ଷ ସର୍ଭିଲାନ୍ସ କେନ୍ଦ୍ରରେ ଏହାକୁ ସ୍ଥାପନ କରାଯାଇଛି। ଏହି ଆଡଭାନ୍ସ ଲେଜର ସିଷ୍ଟମର ନାମ କଲୀନା। ଏହା ଏତେ ଘାତକ ଯେ, ରୁଷ ଉପରେ ଶତ୍ରୁ ଦେଶର କୌଣସି ପ୍ରକାରର ଇମେଜିଙ୍ଗ ସାଟେଲାଇଟ୍‌ର ଅପଟିକାଲ ସିଷ୍ଟମକୁ ସିଧାସଳଖ ଟାର୍ଗେଟ୍ କରିପାରିବ।

ସରଳ ଭାଷାରେ କହିବାକୁ ଗଲେ ରୁଷର ଏହି ଆଡଭାନ୍ସ ଲେଜର ସିଷ୍ଟମ ଶତ୍ରୁ ଦେଶର ସାଟେଲାଇଟ୍‌କୁ ଅନ୍ଧ କରିପାରେ। ୨୦୧୧ରୁ ରୁଷ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଥିଲା। କିନ୍ତୁ ଏଥିରେ ବାରମ୍ବାର ବିଳମ୍ବ ଘଟିଚାଲିଥିଲା। ହେଲେ ଗୁଗଲ ଅର୍ଥର ସଦ୍ୟତମ ଚିତ୍ରୁ ଜଣା ପଡୁଛି ଯେ, କାମ ଏବେ ଦ୍ରୁତ ବେଗରେ ଆଗେଇ ଚାଲିଛି। ସ୍ପେସ ରିଭ୍ୟୁ ଏବଂ ବିଡିଆରର ରିପୋର୍ଟ୍ସ ଅନୁଯାୟୀ, ଏହି ଆଣ୍ଟି ସାଟେଲାଇଟ୍ ସିଷ୍ଟମ କ୍ରୋନା ସ୍ପେସ୍ ସର୍ଭିଲାନ୍ସ ସିଷ୍ଟମର ଉନ୍ନତ ଭର୍ସନ। ଏଥିରୁ ଲେଜର ଆକ୍ରମଣ କରାଯାଇଥାଏ। ଏହାର ସଞ୍ଚାଳନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥାଏ। ଏହାକୁ ପଶ୍ଚିମି ଜେଲେନଚୁକସ୍କାୟାଠୁ ଅନେକ ମାଇଲ୍ ଦୂରରେ ମୁତୟନ କରାଯାଇଛି।

{"id":655709,"sizeSlug":"full","linkDestination":"none"}

ରୁଷ  ଏମିତି ପ୍ରଣାଳୀକୁ ଉପଯୋଗ କରୁଛି ଯଦ୍ଵାରା ଆଣ୍ଟି ସାଟେଲାଇଟ୍ ସିଷ୍ଟମକୁ ରାଡାର ଏବଂ ଲିଡାର ଉଭୟର ଉପଯୋଗ କରି ସୂଚନା ଦେଇପାରିବ। ୧୯୭୦ ଦଶନ୍ଧିରେ ସରକାର ଏହାର ପରିକଳ୍ପନା କରିଥିଲେ। ହେଲେ ୨୦୦୦ ମସିହା ପର୍ଯ୍ୟନ୍ତ ଏହାର ସଞ୍ଚାଳନ କରାଯାଇ ପାରିନଥିଲା। ମହାକାଶ ସମୀକକ୍ଷଙ୍କ କହିବା କଥା ସଂପ୍ରତି ଅନଲାଇନ୍ ପେପର ଏବଂ କୋର୍ଟ ରେକର୍ଡରୁ କଲୀନାର ଉପସ୍ଥିତି ବିଷୟରେ ସନ୍ଧାନ କରିବାକୁ ପଡିବ।

କଲୀନା ହେଉଛି ଆଣ୍ଟି ସାଟେଲାଇଟ୍ ହତିଆର

କଲୀନା ଏକ ଆଣ୍ଟି ସାଟେଲାଇଟ୍ ହତିଆର ଭାବେ କାମ କରିଥାଏ। ଏହା ବିଦେଶୀ ସାଟେଲାଇଟ୍‌କୁ ଟାର୍ଗେଟ୍ କରିବାର କ୍ଷମତା ରଖିଥାଏ। ତେବେ ଏହା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, କଲୀନା ସାଟେଲାଇଟ୍ ବିରୋଧରେ କେତେ ପ୍ରଭାବୀ ରହିଛି। ରୁଷ ଏହି ହତିଆରକୁ ୨୦୧୧ରେ ବିକଶିତ କରିଥିଲା। ସେହି ସମୟରେ ଏହା ଉପରେ କାମ ଚାଲିଥିବା କୁହାଯାଇଥିଲା। ରୁଷ ଭବିଷ୍ୟତରେ କଲୀନାର ବ୍ୟବହାର କରିବାର ସମ୍ଭାବନା ରହିଛି। ସଂପ୍ରତି ମହାକାଶ ସଂପର୍କିତ ପ୍ରୋଜେକ୍ଟକୁ ନେଇ ରୁଷ କୌଣସି ସୂଚନାକୁ ସାମ୍ନାକୁ ଆସିବାକୁ ଦେଉନାହିଁ। ଏମିତିରେ କଲୀନା ବାସ୍ତବରେ କେତେ ପ୍ରଭାବଶାଳୀ ରହିବ, ତାହା ଭବିଷ୍ୟତରେ ବ୍ୟବହାର ପରେ ହିଁ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.