ଋଷ୍ ଟାର୍ଗେଟ୍ରେ ୟୁକ୍ରେନର ପ୍ରଭାବଶାଳୀ ବ୍ୟକ୍ତି, ଖୋଜି ଖୋଜି ମାରୁଛନ୍ତି ସୈନ୍ୟ
24/12/2022 at 11:02 PM

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଭାରି ପଡ଼ୁଛି ଋଷ୍ ସେନା । ପ୍ରଭାବଶାଳୀ ଲୋକଙ୍କୁ ଖୋଜି ଖୋଜି ମାରୁଛନ୍ତି ଯବାନ । ଋଷ ସେନାର ସ୍ବତନ୍ତ୍ର ଟିମ୍ ୟୁକ୍ରେନ୍ ଆତଙ୍କ ସୃଷ୍ଟି କରୁଛନ୍ତି । ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିବା ସହିତ କିଛି ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଛି । ଏଥିପାଇଁ ସେନାକୁ ଋଷ୍ ଗୁଇନ୍ଦା ବିଭାଗ ସହଯୋଗ କରୁଛନ୍ତି । ସେନା ଏକ ଲିଷ୍ଟ ତିଆରି କରିଛି ଆକ୍ରମଣ କରୁଛି ।
ନ୍ଯୁଜ୍ ଏଜେନ୍ସି ଏସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ, ଋଷ୍ ସେନା ଜାଣିଶୁଣି ସାଧାରଣ ଲୋକଙ୍କୁ ଏନକାଉଣ୍ଟର କରୁଛି । ଋଷ ସେନାର ସ୍ବତନ୍ତ୍ର ପ୍ୟାଟର୍ନ ୟୁକ୍ରେନରେ ପ୍ରଭାବଶାଳୀ ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଛି । ଋଷ୍ -ୟୁକ୍ରେନ ଯୁଦ୍ଧ ଆରମ୍ଭକୁ ମସ୍କୋ ସେନା ଏଭଳି କରୁଛି । ମିଡିଆ ରିପୋର୍ଟ କୁହାଯାଉଛି, ଋଷ ସେନା ଯେଉଁ ସ୍ଥାନକୁ କବଜା କରୁଛି, ସେଠାରେ ସାଧାରଣ ଲୋକଙ୍କୁ ମାରି ଶବର ପାହାଡ଼ ସୃଷ୍ଟି କରିଛି । ଋଷ୍ ସେନା ଯୁଦ୍ଧ ରଣନୀତିକୁ ଖୋଲା ଖୋଲି ଉଲ୍ଲଙ୍ଘନ କରୁଥିବା ବିଶେଷଜ୍ଞ ମାନେ ମତ ରଖିଛନ୍ତି । ଏହାକୁ କିଛି ଦେଶ ନରସଂହାର ବୋଲି କହୁଛନ୍ତି ।
ଋଷ୍ ସେନାର ଏହି ଯୁଦ୍ଧ ରଣନୀତିକୁ କାର୍ଯ୍ଯକାରୀ କରିବାରେ ସହଯୋଗ କରୁଛନ୍ତି ଋଷ୍ ଗୁଇନ୍ଦା ବିଭାଗ । ଏଥିପାଇଁ ଏକ ସ୍ବତନ୍ତ୍ର ତାଲିକା କରାଯାଇଛି । ଯେଇଁଥିରେ ୟୁକ୍ରେନର କିଛି ପ୍ରଭାବଶାଳୀ ଲୋକ ତଥା ସରକାରୀ ଅଧିକାରୀ, ସମ୍ବାଦିକ, ସାମାଜିକକର୍ମୀ, ଧାର୍ମିକ ଲୋକ, ନେତା, ଆଇନଜୀବୀ ରହିଛନ୍ତି । ଏମାନଙ୍କୁ ଋଷ୍ ସେନା ଖୋଜି ଖୋଜି ହତ୍ୟା କରୁଛି । ଏସୋସିଏଟେଡ୍ ପ୍ରେସ୍ ୬୧ଟି ମାମଲାକୁ ନେଇ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଋଷ୍ ସେନାର ବର୍ବତା ଉଲ୍ଲେଖ ରହିଛି । ଛୋଟ ପିଲା, କିଛି ପୀଡିତଙ୍କୁ ଅଟକ ରଖି ମାରପିଟ୍ କରିବା ସହିତ ବିଦ୍ୟୁତ୍ ଝଟକା ଦିଆଯାଉଥିବା କୁହାଯାଇଛି । କିଛି ଲୋକଙ୍କୁ ହତ୍ୟା କରାଯାଇଛି ତ କିଛି ଲୋକ ନିର୍ଯାତନା ସହି ସହି ଶେଷରେ ମୃତ୍ୟୁ ବରଣ କରିଛନ୍ତି । ଋଷ୍ର ପ୍ୟାଟର୍ନ କୀବ୍ ଖାରସେନ୍, ଜାପୋରିଜିଆ, ଚେର୍ନିହାଇବ ଓ ଡୋନେଟକ୍ସ କ୍ଷେତ୍ରେ ଏପରି ବର୍ବତା ଚଳାଇଛି ।
ଯୁଦ୍ଧ ନିୟମ ଉଲ୍ଲଙ୍ଘନ କରି ଅପରାଧ କରୁଥିବା ଋଷ୍ ସୈନ୍ୟ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ଷ୍ଟିଫେନ୍ ରୈପ୍ । ଏକଛତ୍ରବାଦ ଶାସନ ରଣନୀତି ରାଷ୍ଟ୍ରକୁ ନଷ୍ଟ କରିବାକୁ ଚେଷ୍ଟା ଚଳାଇଛି । ଋଷ୍ ସୈନ୍ୟ ଯୁଦ୍ଧ ନୀତିକୁ ଉଲ୍ଲଙ୍ଘନ କରି କ୍ରୁରତା ଚଳାଛନ୍ତି ।