ଆମେରିକାକୁ ଘେରିବାକୁ ପ୍ରୟାସ ! କାରିବିଅନ୍‌ ସମୁଦ୍ରରେ ଯୁଦ୍ଧାଭ୍ୟାସ କରିବ ଋଷ୍‌, ଫିଲିଫାଇନ୍ସ ସୀମାରେ ପଇଁତରା ମାରୁଛି ଚୀନ ଯୁଦ୍ଧ ଜାହାଜ

Published By : Prameya-News7 Bureau | June 07, 2024 IST

NewsWeek

ନୂଆଦିଲ୍ଲୀ: ଆମେରିକାର ଟେନସନ୍ ବଢାଇଲା ପୁଟିନ ସରକାର। ଆମେରିକାର ସୀମାରେ ଋଷର ଯୁଦ୍ଧପୋତ। କାରବିଅନ, କ୍ୟୁବା ସହ ମିଶି ଯୁଦ୍ଧାଭ୍ୟାସ କରିବ ଋଷୀୟ ସେନା। ୟୁକ୍ରେନରେ ଋଷର ହମ୍‌ଲାକୁ ନେଇ ମସ୍କୋ ଏବଂ ୱାଶିଂଟନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ୱାଶିଂଟନ୍‌କୁ ଆଉ ଏକ ଝଟ୍‌କା ଦେବାକୁ ଯାଇ ଅନ୍ୟ ଏକ ଉପାୟ ଆପଣାଇଛି ମସ୍କୋ। ଆମେରିକାର ପଛପଟେ ଅର୍ଥାତ ସମୁଦ୍ର ସୀମାରେ ଯୁଦ୍ଧାଭ୍ୟାସ ଲାଗି ସୈନ୍ୟ ଏବଂ ଯୁଦ୍ଧ ଉପକରଣ ପଠାଇଛନ୍ତି ପୁଟିନ ସରକାର।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଋଷ ନୌସେନା କାର୍ଯ୍ୟର ଏକ ଅଂଶ ଭାବରେ କାରିବିଅନକୁ ଯୁଦ୍ଧ ଜାହାଜ ପଠାଇବାକୁ ଚାହୁଁଛି ଯାହା କ୍ୟୁବା ଏବଂ ଭେନେଜୁଏଲାରେ ସହ ମିଶି ଅଭ୍ୟାସ କରିପାରିବେ।

ଏହି ଗ୍ରୀଷ୍ମ ସମୟରେ ଋଷ ଆମେରିକା ନିକଟରେ ନୌସେନା ଏବଂ ବାୟୁସେନା ପକ୍ଷରୁ ଅଭ୍ୟାସ ଜାରି ରହିବ। ଏହି ଡ୍ରିଲଗୁଡିକ ଉପରେ ତୀକ୍ଷ୍ଣ ନଜର ରହିବ, ଏନେଇ ଆମେରିକା ପ୍ରତି କୌଣସି ପ୍ରତ୍ୟକ୍ଷ ଭାବେ ବିପଦ ନାହିଁ। 

ସେ ସ୍ପଷ୍ଟ କରିଛନ୍ତି ଯେ ଆମେ ଆଶା କରୁଛୁ ଯେ ଋଷ ସାମୟିକ ଭାବରେ କାରିବିଅନ୍ ଅଞ୍ଚଳକୁ ନୌସେନା ଓ ଯୁଦ୍ଧଜାହାଜ ପଠାଇବ ଏବଂ ଏହି ଜାହାଜଗୁଡ଼ିକ କ୍ୟୁବା ଏବଂ ସମ୍ଭବତଃ ଭେନେଜୁଏଲାରେ ବନ୍ଦର ସହ ଜଡିତ ରହିବ। ତେବେ, ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ବିଶ୍ୱସ୍ତରରେ ରୁଷର ସାମରିକ କାର୍ଯ୍ୟକଳାପ ତୀବ୍ର ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। 

ସେପଟେ ଆମେରିକାର ସହଯୋଗୀ ରାଷ୍ଟ୍ର ଫିଲିଫାଇନ୍ସର ସମୁଦ୍ର ଦେଇ ଚୀନ ଯୁଦ୍ଧ ଜାହାଜ ଚଳାଚଳ କରୁଛି। ଫିଲିପାଇନ୍ସ ପକ୍ଷରୁ କୁହାଯାଇଛି ଯେ କହିଛି ଯେ ଏହାର ନୌସେନା ଗୁରୁବାର ଉପକୂଳ ଦେଇ ଚୀନ୍ ଯୁଦ୍ଧ ଜାହାଜ ଚଳାଚଳ କରୁଛି। 

ଦକ୍ଷିଣରେ ଫିଲିପାଇନ୍ସର ଜାମ୍ବୋଙ୍ଗା ଉପଦ୍ୱୀପର ଅଂଶ ଜାମ୍ବୋଙ୍ଗା ସହରର ସ୍ଥାନୀୟ ବାସିନ୍ଦା ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ। ସେମାନେ ଜାମ୍ବୋଙ୍ଗା ଏବଂ ନିକଟସ୍ଥ ବାସିଲାନ୍ ଦ୍ୱୀପ ମଧ୍ୟରେ ଥିବା ବାସିଲାନ୍ ଷ୍ଟ୍ରେଟ୍ ଦେଇ ଏକ ଛୋଟ ଚୀନ ଜାହାଜ ଚଳାଚଳ କରୁଥିବାର ଦେଖିଥିବା କହିଛନ୍ତି।

ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସେହିପରି ଫିଲିପାଇନ୍ସ ପ୍ରତିରକ୍ଷା ବିଭାଗ ଏବଂ ଫିଲିପାଇନ୍ସ ସଶସ୍ତ୍ର ବାହିନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି କୌଣସି ସ୍ପଷ୍ଟୀକରଣ ଦିଆଯାଇନାହି।

ଭିଡିଓରେ ଦେଖାଯାଉଛି ଯେ ଟ୍ରାନ୍ସପୋର୍ଟ ଜାହାଜ ଏବଂ ଟ୍ରେନିଂ ଜାହାଜର ନାଁ ଓ ନମ୍ବର ମିଳିଛି। ଫିଲିପାଇନ୍ସ ନୌସେନାର କମାଣ୍ଡର କହିଛନ୍ତି ଯେ 

ଚୀନ୍ ଯୁଦ୍ଧ ଜାହାଜଗୁଡ଼ିକ ସାମରିକ ତାଲିମ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଯାତାୟାତ ସମୟରେ ଫିଲିପାଇନ୍ସ ସୈନ୍ୟବାହିନୀ ଗାଇଡ୍ କରିଥିଲେ। 

ଦୀର୍ଘ ଦିନ ଧରି ଆମେରିକାର ସହଯୋଗୀ ଚୀନ୍ ଏବଂ ଫିଲିପାଇନ୍ସ ଦକ୍ଷିଣ ଚୀନ୍ ସାଗରରେ କାର୍ଯ୍ୟକଳାପକୁ ନେଇ ବିବାଦରେ ରହିଆସିଛି।। ବିଶେଷ ଭାବରେ ଫିଲିପାଇନ୍ସର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌କୁ ନେଇ ଲାଗିରହିଛି ବିବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.