ନିଜ ସହରରେ ମିସାଇଲ ମାଡ଼ କଲା ରୁଷ ଫାଇଟର ଜେଟ୍, ଧ୍ୱଂସ ବିଧ୍ୱସ୍ତ ହୋଇଗଲା ବିଲ୍ଡିଂ
21/04/2023 at 8:48 AM

ନୂଆଦିଲ୍ଲୀ, ୨୧/୦୪: ନିଜ ସହରରେ ମିସାଇଲ ମାଡ଼ କଲା ରୁଷ। ରୁଷର ଏକ ଯୁଦ୍ଧ ଜାହଜ ଭୁଲବଶତଃ ନିଜର ହିଁ ସହରରେ ଏକ ମିସାଇଲ ମାଡ଼ କରିଛି। ଗୁରୁବାର ଏକ ଯୁଦ୍ଧ ଜାହଜ ୟୁକ୍ରେନ ନିକଟବର୍ତ୍ତୀ ବେଲଗୋରୋଡ୍ ଉଡ଼ାଣ ଭରୁଥିବା ସମୟରେ ମିସାଇଲ ମାଡ଼ କରିଥିଲା। ଏହି ବିସ୍ଫୋରଣ ଫଳରେ ସହରର କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ମିସାଇଲ ମାଡ଼ରେ ସହରର ମୁଖ୍ୟ ରାସ୍ତାରେ ୨୦ ମିଟରର ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏନେଇ ସୂଚନା ଦିଆଯାଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ଟାସ୍ ତରଫରୁ କୁହାଯାଇଛି।

ଏନେଇ ବେଲଗୋରୋଡର ଆଞ୍ଚଳିକ ଗଭର୍ଣ୍ଣର ଭାୟାଚେଲାଭ ଗ୍ଲାଡକୋଭ ସୂଚନା ଦେବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ବେଲଗୋରେଡ ଦେଇ ଉଡ଼ୁଥିବା ସମୟରେ ସୁଖୋଇ SU-34 ଏୟାର ଫୋର୍ସ ପ୍ଲେନ୍ ଭୁଲ୍ବଶତଃ ଏହି ମିସାଇଲ ମାଡ଼ କରିଛି। ଏହି ସହର ୟୁକ୍ରେନ୍ ସୀମ ନିକଟରେ ଅବସ୍ଥିତ। ଏଥିରେ ଦୁଇ ମହିଳା ଆହତ ହୋଇଥିବା ନେଇ କହିଛନ୍ତି ଭାୟାଚେଲାଭ ଗ୍ଲାଡକୋଭ।

ତେବେ ରକ୍ଷା ମନ୍ତ୍ରାଳୟ ଏହି ଦୁର୍ଘଟଣାରେ କେଉଁ ହତିଆର ବ୍ୟବହାର ହୋଇଥିଲା ତାହା କହିନାହିଁ। ଟାସ୍ ଅନୁଯାୟୀ ରୁଷିଆ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଘଟଣାସ୍ଥଳର ଫଟୋରୁ ଜଣାପଡ଼ୁଛି ଏହା ବିସ୍ଫୋରଣ କେତେ ଭୟଙ୍କର ଥିଲା । ମିସାଇଲ୍ ପ୍ରଭାବରେ ବିଲ୍ଡିଂ ଏବଂ ଅନେକ କାର୍ କ୍ଷତିଗ୍ରସ୍ତ ହୋଇଛି।