AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ୟୁକ୍ରେନ୍‌ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଋଷ୍‌ ୟୁନିଭର୍‌ସିଟିର ସ୍ୱତନ୍ତ୍ର ଅଫର୍, ଡିସ୍କାଉଣ୍ଟରେ ଆସ ପଢ଼ିବ

15/09/2022 at 6:06 PM

ନୂଆଦିଲ୍ଲୀ, ୧୫/୦୯: ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ସମୟରେ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଅପରେସନ୍‌ କରାଯାଇ ସ୍ୱଦେଶକୁ ଫେରାଇ ଆଣିଥିଲେ ସରକାର । ହେଲେ ପାଠପଢ଼ା ଅଧାରୁ ଛାଡ଼ି ଆସିଥିବା ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଏହାରି ମଧ୍ୟରେ ଋଷ୍‌ର କିଛି ୟୁନିଭର୍‌ସିଟି ସେମାନଙ୍କର ଡାକ୍ତରୀ ପାଠ୍ୟକ୍ରମ ସାରିବା ପାଇଁ ସ୍ୱତନ୍ତ୍ର ଅଫର୍‌ ଦେଇଛନ୍ତି । ଡିସ୍କାଉଣ୍ଟ୍‌ରେ ପାଠ ପଢ଼ିବା ନେଇ ସେମାନେ ଅଫର୍‌ କରିଛନ୍ତି ।

ପୂର୍ବରୁ ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମାମଲା ସୁପ୍ରିମ୍‌କର୍ଟରେ ବିଚାରଧୀନ ରହିଥିବା କେନ୍ଦ୍ର ସରକାର କହିଥିଲେ । ପାଖାପାଖି ୨୦ ହଜାର ଡାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ପାଠ ପଢ଼ୁଥିଲେ । ଯୁଦ୍ଧ ପରେ ସେମାନଙ୍କ ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ରହିଥିଲେ । ସେମାନଙ୍କ ଅଧା ପାଠ୍ୟକ୍ରମକୁ ସମାପ୍ତ କରିବା ପାଇଁ ଏବେ ଋଷ୍‌ର ୟୁନିଭରସିଟି ଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି ।

ନିକଟରେ ଋଷିଆନ୍‌ ଏଜୁକେସନ୍‌ ଫେୟାର ୨୦୨୨ ରାଜଧାନୀ ମସ୍କୋରେ ଆୟୋଜନ କରାଯାଇଥିଲା । ସେଠାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେସ୍କ କରାଯାଇଥିବା ବେଳେ ଷ୍ଟଲ୍‌ ଖୋଲାଯାଇ ୟୁକ୍ରେନ୍‌ ଫେରନ୍ତାଙ୍କୁ ପରାମର୍ଶ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଭାରତ ଏବଂ ଋଷ୍‌ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି । ଆମେ ୟୁକ୍ରେନ୍‌ରୁ ଅଧାରେ ପାଠ ଛାଡ଼ି ଆସିଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝୁଛୁ । ନିୟମ ଅନୁସାରେ ଆମେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷ୍ ୟୁନିଭରସିଟିରେ ସେମନଙ୍କର ଡାକ୍ତରୀ ପାଠ ସମ୍ପୂର୍ଣ୍ଣ କରିବା ପାଇଁ ସହାଯ୍ୟ କରିବୁ ବୋଲି ଋଷିଆନ୍‌ ହାଉସ୍‌ର ନିର୍ଦ୍ଦେଶକ ଓସିପୋଭ୍‌ ଓଲେଗ୍‌ କହିଛନ୍ତି ।

   Related Posts