ରୁଷ ସେନାର ବର୍ବରତା, ପାଉଁରୁଟି କିଣିବାକୁ ଧାଡିରେ ଛିଡା ହୋଇଥିବା ୧୦ ଜଣଙ୍କୁ ଗୁଳି କରି କଲେ ହତ୍ୟା

Published By : Prameya-News7 Bureau | March 16, 2022 IST

ନୂଆଦିଲ୍ଲୀ ୧୬।୦୩: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏହି ସମୟରେ ରୁଷ ସେନାଙ୍କ ବର୍ବରତାର ଭୟାନକ ଏବଂ ବିଭତ୍ସ ଦୃଶ୍ୟ ସାମ୍ନାକୁ ଆସୁଛି, ଯାହା ଦେଖି ସଭିଙ୍କ ହୃଦୟ ଥରିଉଠିବ। ଏହା ମଧ୍ୟରେ ୟୁକ୍ରେନର ଚେର୍ନିହାଇଭ ସହରରେ ପାଉଁରୁଟି କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ୧୦ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ରୁଷ ସେନା। ବୁଧବାର ଏହାର ସୂଚନା ଦେଇଛନ୍ତି ଆମେରିକୀୟ ଅଧିକାରୀ।

କିଭ୍ ସ୍ଥିତ ଆମେରିକୀୟ ଦୂତବାସ ଏହି ଆକ୍ରମଣକୁ ଭୟାନକ ଦର୍ଶାଇଛନ୍ତି। ଦୂତାବାସ ଟୁଇଟ୍ କରି କହିଛି, ଆଜି ରୁଷ ସେନା ଚେର୍ନିହାଇଭ ସହରରେ ପାଉଁରୁଟି କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ୧୦ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଏମିତି ବିଭତ୍ସ ଆକ୍ରମଣ ତୁରନ୍ତ ବନ୍ଦ କରାଯାଉ। ୟୁକ୍ରେନରେ କୌଣସି ପ୍ରକାରର ଆକ୍ରମଣ ପାଇଁ ଆମେ ଦାୟୀ ରହିବା ବୋଲି ସେ କହିଛନ୍ତି। ରୁଷର ଆକ୍ରମଣରେ ହଜାର ହଜାର ନାଗରିକଙ୍କ ମୃତ୍ୟୁ ଘଟିଲାଣି। କ୍ରେମଲିନର ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟାରେ ବଡ ବଡ ଅଟ୍ଟାଳିକା, ହସ୍ପିଟାଲ୍ ଏବଂ ସ୍କୁଲ କଲେଜ ଧ୍ଵଂସ ପାଇ ସାରିଛି।

ଗତକାଲି ମରିୟୁପୁଲ ସହରରେ ରୁଷ ସୈନିକଙ୍କ ଦ୍ଵାରା ଶତାଧିକ ଲୋକଙ୍କୁ ଏକ ହସ୍ପିଟାଲରେ ବନ୍ଦୀ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସେମାନେ ଫସି ରହିଥିବା କୁହାଯାଉଛି। ସ୍ଥାନୀୟ ନେତା ପାଭଲୋ କିରିଲେଙ୍କୋଙ୍କ ଅନୁଯାୟୀ, ରୁଷ ସେନା ପ୍ରାୟ ୪୦୦ ଲୋକଙ୍କୁ ଏକ ଆଞ୍ଚଳିକ ଇଣ୍ଟେନସିଭ କେୟାର ହସ୍ପିଟାଲ୍‌ରେ ରେ ବନ୍ଦୀ କରିଛନ୍ତି। ଏଥିରେ ପ୍ରାୟ ୧୦୦ ଡାକ୍ତର ଏବଂ ରୋଗୀ ସାମଲ୍।

କିରିଲେଙ୍କୋ କହିଛନ୍ତି, ରୁଷ ସେନା ବନ୍ଦୀ କରିଥିବା ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି। ସେମାନଙ୍କୁ ମୁକୁଳିବାକୁ ଦେଉ ନାହାନ୍ତି। ମୁଖ୍ୟ ହସ୍ପିଟାଲରେ ଗୁଳିମାଡ ପରେ ମଧ୍ୟ କର୍ମଚାରୀ ବେସମେଣ୍ଟରେ ଅସ୍ଥାୟୀ ଓ୍ଵାର୍ଡରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.