ମୋଦୀ ସରକାର, ଆର୍ଥିକ ବିକାଶ ଏବଂ ବୈଶ୍ୱିକ ପ୍ରଭାବ: ଅଖଣ୍ଡ ଭାରତ ଉପରେ ପୁଟିନଙ୍କ ଗୁରୁ ଆଲେକ୍ସଜାଣ୍ଡର ଦୁଗିନଙ୍କ ଆଲେଖ୍ୟ

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: ରୁଷର ରାଜନୀତିକ ଦାର୍ଶନିକ ଆଲେକ୍ସଜାଣ୍ଡର ଦୁଗିନ ଅଖଣ୍ଡ ଭାରତ ଉପରେ ନେଇ ନିଜ ବିଚାର ବ୍ୟକ୍ତ କରିଛନ୍ତି । ସେ ନିଜର ଲେଖାରେ ଭାରତର ଅଭ୍ୟୁଦୟକୁ ନେଇ ରୁଷର ବିଚାରକୁ ପ୍ରକଟ କରିଛନ୍ତି । ଦୁଗିନଙ୍କ ଅନୁସାରେ, 'ଭାରତ ଆମ ଆଖି ଆଗରେ ଏକ ନୂଆ ବୈଶ୍ୱିକ କେନ୍ଦ୍ର ରୂପେ ଉଭା ହେଉଛି ।' ନିଜ ଆଲେଖ୍ୟରେ ସେ ଭାରତର ଅର୍ଥବ୍ୟବସ୍ଥାର ଗତି ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଦୁଗିନ ଲେଖିଛନ୍ତି, ଆଜି ସାରା ଦୁନିଆରେ ଭାରତୀୟ ବଂଶୋଦ୍ଭବ ବଡ଼ ଭୂମିକା ଗ୍ରହଣ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ଆଲେକ୍ସଜାଣ୍ଡର ଦୁଗିନଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୁରୁ ରୂପେ ଜଣାଯାଆନ୍ତି । ଦୁଗିନ ଫାସୀବାଦୀ ବିଚାରଧାରାର କଟ୍ଟର ସମର୍ଥକ ବୋଲି ପାଶ୍ଚାତ୍ୟ ଦେଶ ଅଭିଯୋଗ କରନ୍ତି । 

ଦୁଗିନଙ୍କ ଲେଖାରେ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

ଆର୍ଥିକ ବିକାଶ: ୨୦୨୩ରେ ୮.୪ ସକଳ ଘରୋଇ ଉତ୍ପାଦର ବୃଦ୍ଧି ସହ ଭାରତ ବର୍ତ୍ତମାନ ବିଶ୍ୱର ସ୍ତରରେ ସବୁଠୁ ଗ୍ରୁତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା । ୨୦୨୭ ସୁଦ୍ଧା ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବାର ଅନୁମାନ । 

ବୈଶ୍ୱିକ ପ୍ରଭାବଭାରତୀୟ ବଂଶୋଦ୍ଭବ ସାରା ଦୁନିଆରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ହାସଲ କରୁଛନ୍ତି । ସିଲିକନ୍ ଭ୍ୟାଲି ସମେତ ଅନେକ ପ୍ରମୁଖ କ୍ଷେତ୍ରକୁ ନିୟନ୍ତ୍ରଣ କରୁଛନ୍ତି । ରୁଷି ସୁନକ ଏବଂ ବିବେକ ରାମାସ୍ୱାମୀଙ୍କ ପରି ବ୍ୟକ୍ତି ବ୍ରିଟେନ ଏବଂ ଆମେରିକା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ରାଜନୈତିକ ପରିବର୍ତ୍ତନ: ଭାରତୀୟ ଜନତା ପାର୍ଟି ୧୯୯୬ରେ କ୍ଷମତାକୁ ଆସିବା ପରେ ରାଷ୍ଟ୍ରୀୟ କଂଗ୍ରେସର ଦୀର୍ଘ ବର୍ଷର ପ୍ରଭୁତ୍ୱକୁ ଶେଷ କରି ଦେଇଛି । ସେ ନିଜ ଆଲେଖ୍ୟରେ ଲେଖିଛନ୍ତି ଯେ ବିଜେପିକୁ ଦକ୍ଷିଣପନ୍ଥୀ ଏବଂ କଂଗ୍ରେସକୁ ବାମପନ୍ଥୀ ଆଡକୁ ଥିବା ପାର୍ଟି କୁହାଯାଏ । ସେ ଲେଖିଛନ୍ତି, 'ଏହା ବାମପନ୍ଥୀରୁ ଦକ୍ଷିଣପନ୍ଥୀ-ରୁଢିବାଦୀ ଶାସନରେ ପରିବର୍ତ୍ତନକୁ ଦର୍ଶାଉଛି ।'

ସଂସ୍କୃତିକ ଏବଂ ବୈଚାରିକ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତର ସରକାରୀ ନାଁ ପରିବର୍ତ୍ତନ କରି ଏହାର ସଂସ୍କୃତ ସଂସ୍କରଣ ‘ଭାରତ’ କରାଯାଇଛି । ଯାହା ଏକ ରୁଢିବାଦୀ ଏବଂ ପାରମ୍ପାରିକ ବିଚାରଧାରା ଆଡ଼କୁ ବଢୁଥିବାର ସଂକେତ ।

ଉପନିବେଶୀକରଣ ଏବଂ ଅଖଣ୍ଡତା: ମୋଦୀଙ୍କ ପ୍ରଶାସନ ଭାରତୀୟ ମନର ଉପନିବେଶୀକରଣ ଏବଂ ଭାରତକୁ ଏକ ବୈଦିକ ସଭ୍ୟତା-ରାଷ୍ଟ୍ର ରୂପେ ବଢାଇବା ଉପରେ କେନ୍ଦ୍ରୀତ, ଯାହାର ଲକ୍ଷ୍ୟ ପୂର୍ଣ୍ଣ ଅଖଣ୍ଡତା ।

ଭୂ-ରାଜନୀତିକ ରଣନୀତି: ଆମେରିକା ଏବଂ ଇସ୍ରାଏଲ ସହ ବନ୍ଧୁତା କରିବା ସତ୍ତ୍ୱେ, ଭାରତକୁ ଚୀନଠାରୁ ଆହ୍ୱାନର ସାମ କରିବାକୁ ପଡ଼ୁଛି । ଏବଂ ଇସଲାମିକ ଦୁନିଆ ସହ ନିଜ ସମ୍ପର୍କକୁ ଅଧିକ ମଜଭୁତ କରିଛି । ଏହି ରଣନୀତି ଅଖଣ୍ଡତାକୁ ମଜଭୁତ କରିବା ପାଇଁ ଗ୍ଲୋବାଲାଇଜେସନର ଉପଯୋଗ କରି ଚୀନର ଉତ୍ଥାନକୁ ଦର୍ଶାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.