ୟୁକ୍ରେନକୁ ଧ୍ବଂସ କରିବା ଜିଦରେ ଅଟଳ ପୁଟିନ, ଯୁଦ୍ଧରେ ବିଦେଶୀ ଛାତ୍ରଙ୍କୁ ସାମିଲ ପାଇଁ ପକାଉଛନ୍ତି ଚାପ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ୯ ମାସ ହେଲା ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ମିସାଇଲ ମାଡ଼ରେ ଛାରଖାର ହୋଇଛି ୟୁକ୍ରେନ ସହର । ଅଧିକାଂଶ ସହର ମାଟିରେ ମିଶିଛି । ତଥାପି ଥମିବାର ନା ଧରୁନାହିଁ ଯୁଦ୍ଧ । ଋଷ ସୈନ୍ୟ ପଛଘୁଞ୍ଚା ଦେବା ପରେ ୟୁକ୍ରେନକୁ ମାତ୍ ଦେବାକୁ ନୂଆ ଯୋଜନା କରୁଛନ୍ତି ପୁଟିନ୍ । ଋଷରେ ରହୁଥିବା ଆଫ୍ରିକୀୟ ଯୁବକଙ୍କୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ଚାପ ପକାଉଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧ ଏବେବି ଜାରି ରହିଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଜିଦ୍ ଅଟଳ ରହିଛନ୍ତି ଋଷ ରାଷ୍ଟ୍ରପତି । ଋଷ ସୈନ୍ୟ ୟୁକ୍ରେନରୁ ଧୀରେ ଧୀରେ ପଛ ଘୁଞ୍ଚା ଦେବା ପରେ ବିଦେଶୀ ନାଗରିକଙ୍କୁ ଯୁଦ୍ଧରେ ସାମିଲ କରବାକୁ ଯୋଜନା ଚଳାଇଛନ୍ତି ପୁଟିନ । ଋଷ୍ରେ ପାଠପଢୁଥିବା ଆଫ୍ରିକୀୟ ଯୁବକଙ୍କୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ଚାପ ପକାଉଛନ୍ତି । ଯୁଦ୍ଧରେ ସାମିଲ ନହେଲେ ଟ୍ୟୁସନ ଫି’ ବଢାଇଦିଆଯିବ ବୋଲି କୁହାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର ।

ରିପୋର୍ଟ ଅନୁଯାୟୀ, ଋଷର ଦକ୍ଷିଣ ବିଶ୍ବବିଦ୍ୟାଳୟର ଅଧିକାରାମାନେ ଛାତ୍ରମାନଙ୍କୁ ଯୁଦ୍ଧରେ ସାମିଲ ହେବା ପ୍ରସ୍ତାବକୁ ସ୍ବିକାର କରିବାକୁ ପ୍ରୟାସ ଚଳାଇଛନ୍ତି ।  ଯୁଦ୍ଧ ସାମିଲ ହେବାକୁ ଇଚ୍ଛୁକ ଥିବା ଯୁବକଙ୍କୁ  ୩ରୁ ୫ହଜାର ଡଲାର ଦିଆଯିବ ବୋଲି କୁହାଯାଇଛି । ପ୍ରସ୍ତାବକୁ  ସ୍ବିକାର ନକଲେ  ଟ୍ୟୁସନ ଫି’ ବୃଦ୍ଧି କରିବା ସହିତ ଛାତ୍ରବୃତ୍ତି ରଦ୍ଧ କରାଯିବ ବୋଲି ଧମକ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.