ରୁଷ ଲ୍ୟାବରେ ତିଆରି ହେଉଛି ନୂଆ ମହାମାରୀ ! ୪ ଲକ୍ଷ ବର୍ଷ ପୂର୍ବେ ମାମୋଥକୁ ଶେଷ କରିଥିବା ଭୂତାଣୁକୁ ଜୀବନ ଦେଉଛନ୍ତି ବୈଜ୍ଞାନିକ

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ: କରୋନାର ତାଣ୍ଡବ ପରେ ଏବେ ଦୁନିଆ ମହାମାରୀର କବଳରୁ ଧିରେଧିରେ ମୁକୁଳିବାରେ ଲାଗିଛି । କିନ୍ତୁ କିଛି ବିଶେଷଜ୍ଞଙ୍କ ଅନୁମାନ ରୁଷ ବୈଜ୍ଞାନିକ ପୁଣି ଏକ ମହାମାରୀର ବିପଦକୁ ନିମନ୍ତ୍ରଣ ଦେଉଛନ୍ତି । ଦାବି କରଯାଉଛି ଯେ ରୁଷ ସେହି ଭାଇରସକୁ ପୁଣି ଥରେ ଜୀବିତ କରାଇବାକୁ ଯାଉଛି, ଯିଏ ମାମୋଥକୁ ଧ୍ୱଂସ କରିଥିଲା । ଦାବି କରାଯାଉଛି ଯେ ସାଇବେରିଆଇ ସହର ନୋବୋସିବିର୍ସ୍କରେ ଏକ ପୁରୁଣା ଜୈବ ହତିଆର ପ୍ରସ୍ତୁତ କରାଯାଉଥିବା ଲ୍ୟାବରେ ବୈଜ୍ଞାନିକମାନେ ୪,୦୦,୦୦୦ ବର୍ଷରୁ ନିଷ୍କ୍ରିୟ ଥିବା ଏକ ଭାଇରସକୁ ପୁଣି ଜୀବିତ କରାଇବାକୁ ଚାହୁଁଛନ୍ତି ।

ଦ ସନର ରିପୋର୍ଟ ଅନୁସାରେ ଭାଇରୋଲଜି ଆଣ୍ଡ ବାୟୋଟେକ୍ନୋଲଜିର ଭେକ୍ଟର ଷ୍ଟେଟ୍ ରିସର୍ଚ୍ଚ ସେଣ୍ଟରରେ ଭାଇରସ କିପରି ବିକଶିତ ହେଉଛି ଏହା ଉପରେ ଅଧ୍ୟୟନ କରାଯାଉଛି । ରୁଷ ବୈଜ୍ଞାନିକ ହିମ ଯୁଗର (ICE AGE) ମାମୋଥ ଏବଂ ଲୋମ ଥିବା ଗଣ୍ଡାଙ୍କ ଅବଶେଷ ଉପରେ ଗବେଷଣା କରୁଛନ୍ତି । ଏହି ଗବେଷଣା ଅନ୍ୟ ବୈଜ୍ଞାନିକଙ୍କ ଚିନ୍ତାକୁ ବଢାଇ ଦେଇଛି କାରଣ ନିଷ୍କ୍ରିୟ ଭାଇରାସ ସହ ମୃତ ଜୀବଜନ୍ତୁଙ୍କ ଅଧ୍ୟୟନ କରିବା ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହୋଇପାରେ ।

ଦାବି କରାଯାଉଛି ଯେ ପ୍ରାଚୀନ ଭାଇରସ ଜୀବଜନ୍ତୁଙ୍କ ମଧ୍ୟରେ ବ୍ୟାପୁଥିଲା । ୟାକୁଟିଆ ଅଞ୍ଚଳରେ ଶୂନରୁ ବି କମ ତାପମାତ୍ରାରେ ମୃତଦେହକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ସଂରକ୍ଷିତ ରଖାଯାଇଛି । ଏଠାରେ ତାପମାତ୍ର -୫୫ ଡିଗ୍ରୀ ସେଲସିୟଲ ଯାଏ କମି ଆସିଥାଏ । ଏହି ସ୍ଥାନରେ ହିଁ ୫୦,୦୦୦ ବର୍ଷରୁ ହ୍ରଦ ତଳେ ରହିଥିବା ଜୈବ ଭାଇରସକୁ ଫ୍ରାନ୍ସ ବୈଜ୍ଞାନିକମାନେ ପୁର୍ନଜୀବିତ କରିଥିଲେ । ରୁଷ ବୈଜ୍ଞାନିକମାନେ ପ୍ରାଚୀନ ଭାଇରସ ଚିହ୍ନଟ କରିଥିବା ଆଶା କରୁଛନ୍ତି, ଯାହା ପୋଲିଓଭାଇରସ ରୂପରେ ପରିଚିତ ।

ବୈଜ୍ଞାନିକମାନେ ଲ୍ୟାବରେ ‘ବିନାଶକାରୀ ଭୁଲ’କୁ ନେଇ ଭେକ୍ଟର ଗବେଷଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସାରା ଦୁନିଆର ବୈଜ୍ଞାନିକ ଏବେ ଏହାକୁ ନେଇ ଭୟରେ ଅଛନ୍ତି । କାରଣ ନୂଆ ଗବେଷଣା ଆଉ ଏକ ଭୟଙ୍କର ମହାହାରୀକୁ ଜନ୍ମ ଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.