ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
26/03/2023 at 8:32 AM

ନୂଆଦିଲ୍ଲୀ, ୨୬/୦୩: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଉଭୟ ଦେଶ ମଧ୍ୟରେ ୧୩ ମାସରୁ ଲାଗି ରହିଛି ଯୁଦ୍ଧ। ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଶନିବାର କିଭ୍କୁ ପୁଣି ଥରେ ଧମକ ଦେଇଛନ୍ତି। ପୁଟିନ୍ କହିଛନ୍ତି ଯଦି କିଭ୍ ପଶ୍ଚିମ ଦେଶଙ୍କ ଠାରୁ ୟୁରାନିୟମ ଗୋଳାବାରୁଦ ନେଉଛି ତେବେ ତାହାର ପରିମାଣ ଖରାପ ହେବ। ପୁଟିନ୍ କିଭ୍କୁ ଧ୍ବଂସ କରିବାକୁ ଧମକ ଦେଇଛନ୍ତି।
ପୁଟିନ୍ କହିଛନ୍ତି ଯଦି ଏପରି ହେଉଛି ତେବେ ସେ କିଭ୍ରେ ଭୟଙ୍କର ହତିଆର ନିୟୋଜିତ କରିବ। ଏହା ସହ ସେ କହିଛନ୍ତି ସେ ପଡ଼ୋଶୀ ଦେଶ ବେଲାରୁସ୍ରେ ଟାକ୍ଟିକାଲ ପରମାଣୁ ହତିଆର (କମ୍ ଦୂରତା କ୍ଷମତା ସମ୍ପନ୍ନ ପରମାଣୁ ହତିଆର) ନିୟୋଜିତ କରିବେ। ସେ କହିଛନ୍ତି ଯେ ଆମେରିକା ଏହି କାମ ଦଶନ୍ଧି ଧରି କରିଆସୁଛି।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବେଲାରୁସର ରାଷ୍ଟ୍ରପତି ଅନେକ ସମୟରୁ ଏହି ହତିଆର ଚାହୁଥିଲେ। ସୂଚନାଥାଉ ବେଲାରୁସ୍ର ସୀମା ପୋଲାଣ୍ଡ ସହ ସଂଲଗ୍ନ ଏବଂ ପୋଲାଣ୍ଡ୍ ନାଟୋର ସଦସ୍ୟ। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପରଠାରୁ ପୁଟିନ୍ ନାଟୋ ଦେଶଙ୍କ ସହ ଅସନ୍ତୋଷ ରହିଛନ୍ତି। ପୁଟିନ୍ କହିଛନ୍ତି ରୁଷ ୧ ଜୁଲାଇ ସୁଦ୍ଧା ବେଲାରୁସରେ ପରମାଣୁ ହତିଆର ନିୟୋଜିତ କରିବ।
ତେବେ ପୁଟିନ୍ ଏସବୁ, ୟୁକ୍ରେନକୁ ବ୍ରିଟେନ୍ ଡିପ୍ଲେଟେଡ ୟୁରାନିୟମ ହତିଆର ଦେବା ପାଇଁ ଘୋଷଣା ପରେ କହିଛନ୍ତି। ଏହି ଘୋଷଣା ପରେ ପୁଟିନ୍ ଚିନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସହ ଏକ ମିଳିତ ଗଣମାଧ୍ୟ ସମ୍ମିଳନୀରେ ବ୍ରିଟେନ୍କୁ ଚେତାବନୀ ଦେଇଥିଲା।