oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଡିସେମ୍ବର ୬ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ୍, ଦୁଇ ଦେଶ ମଧ୍ୟରେ ହେବ ପ୍ରଥମ ୨+୨ ବାର୍ତ୍ତା

26/11/2021 at 6:14 PM

ନୂଆଦିଲ୍ଲୀ ୨୬।୧୧: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୬ରେ ଆନୁଷ୍ଠାନିକ ଭାରତ ଗସ୍ତରେ ଆସିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପୁଟିନ ୨୧ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବୈଦେଶିକ  ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୬ରେ ଭାରତ ଓ ରୁଷର  ବୈଦେଶିକ  ମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀରେ ପ୍ରଥମ ଥର ୨+୨ ବାର୍ତ୍ତାର ଆୟୋଜନ ହେବାକୁ ଯାଉଛି। ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସାମିଲ୍ ହେବେ। ରୁଷର ଦୁଇ ମନ୍ତ୍ରୀ ଡିସେମ୍ବର ୫ରେ ଭାରତରେ ପହଞ୍ଚିବେ।

ରୁଷ ଦୂତାବାସର ମୁଖପାତ୍ର ଆଶା ପ୍ରକାଶ କରିଛନ୍ତି ଯେ, ଦୁଇ ଦେଶର ମନ୍ତ୍ରୀ ଏସିଆ-ପ୍ରଶାନ୍ତ କ୍ଷେତ୍ରର ସ୍ଥିତି ଏବଂ ଆଫଗାନିସ୍ତାନ-ସିରିଆ ପ୍ରସଙ୍ଗ ସହିତ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ  ବିସ୍ତୃତ ଆଲୋଚନା କରିବେ।  ସୂଚନାଯୋଗ୍ୟ, ଭାରତ ସଂପ୍ରତି ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ କିଛି ଦେଶ ସହିତ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା କରିଥାଏ। ଏଥିରେ ଉଭୟ ଦେଶର ଦୁଇ ମନ୍ତ୍ରୀ ସାମିଲ ହୋଇଥାନ୍ତି।

   Related Posts