ରୁଷ ରାଷ୍ଟ୍ରପତି ପୁଟିନଙ୍କ ନୂଆ ରଣନୀତି, ସରଗେଇ ଶୋଏଗୁଙ୍କ ସ୍ଥାନରେ ଆଣ୍ଡ୍ରେଇ ବେଲାସୋଭ ନୂଆ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ ୧୩/୫: ୟୁକ୍ରେନ ସହ ଯୁଦ୍ଧ ପରିସ୍ଥିତି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତିରକ୍ଷାମନ୍ତ୍ରୀ ବଦଳାଇଛନ୍ତି । ୨୦୧୨ରୁ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବ ତୁଲାଉଥିବା ସରଗେଇ ଶୋଏଗୁଙ୍କ ସ୍ଥାନରେ ଆଣ୍ଡ୍ରେଇ ବେଲାସୋଭଙ୍କୁ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ସରଗେଇ ଶୋଏଗୁଙ୍କୁ ରୁଷର ଜାତୀୟ ସୁରକ୍ଷା ପରିଷଦର ସଚିବ ଭାବେ ନିଯୁକ୍ତି ମିଳିଛି । ତେବେ ସୁରକ୍ଷା ପରିଷଦର ପୂର୍ବତନ ସଚିବ ନିକୋଲାଇ ପାଟ୍ରୁଶେଭଙ୍କୁ ତାଙ୍କ ପଦରୁ ଦାୟିତ୍ବମୁକ୍ତ କରାଯାଇଛି । ବେଲାସୋଭ ପୂର୍ବରୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.