ଋଷରେ କାୟା ମେଲାଉଛି ଏହି ଫ୍ଲୁ, ବଙ୍କରରେ ଆଇସୋଲେଟ୍ ହୋଇପାରନ୍ତି ଋଷ ରାଷ୍ଟ୍ରପତି

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଳୀ, ୧୩/୧୨: କ୍ରେମାଲିନ୍‌ରେ ଏଚ୧ଏନ୧ ଫ୍ଲୁ ଏହାର କାୟା ମେଲାଇଛି। ଏହି ଫ୍ଲୁ ଠାରୁ ବର୍ତ୍ତିକା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କୁ ବଙ୍କରରେ ରଖାଯାଇପାରେ। ଏନେଇ ଏକ ରିପୋର୍ଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ପୁଟିନ୍ ଚଳିତ ବର୍ଷ ହେବାକୁ ଥିବା ବାର୍ଷିକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ ନାହିଁ ବୋଲି ଘୋଷଣା କରିଥିଲେ କ୍ରେମାଲିନ ପ୍ରବକ୍ତା ଦିମିତ୍ରୀ ପେସ୍କୋଭ।

ଅବଶ୍ୟ ଏହାର କାରଣ କୁହାଯାଇନଥିଲା। ଏମିତିରେ ଏହାକୁ ନେଇ ଅନେକ ଗଣମାଧ୍ୟମରେ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଫେବୃଆରୀରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ପୁଟିନ୍ ଫ୍ଲୁ ଶିକାର ନହୁଅନ୍ତୁ ସେଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ଦୂରରେ ରଖାଯାଉଛି। ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ପୁଟିନ୍ ଚଳିତ ବର୍ଷ ନୂଆ ବର୍ଷ ପୂର୍ବ ୟୁରାଲରେ ବଙ୍କରରେ ବିତାଇବେ।

ଋଷର ମାନବ କଲ୍ୟାଣ ଏବଂ ଉପଭୋକ୍ତା ଅଧିକାର ସୁରକ୍ଷା ମୁଖ୍ୟ ଆନ୍ନା ପପୋଭା କହିଛନ୍ତି ​‌ଯେ ଚଳିତ ବର୍ଷ ଋଷରେ ବଡ଼ ମାତ୍ରାରେ ଏଚ୧ଏନ୧ ଫ୍ଲୁ ଆସିବ। ଏହା ଏଚ୧ଏନ୧ ଫ୍ଲୁ ଭାରିଆଣ୍ଟ ଯାହା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଗଭୀର କ୍ଷତି ପହଞ୍ଚାଇଥାଏ। ଏହି ଏଚଏନ୧ ଫ୍ଳୁ ୨୦୦୯ ରେ ମଧ୍ୟ ଏହାର କାୟା ମେଲାଇଥିଲା।

ସେପଟେ ପୋପୋଭା ଲୋକଙ୍କୁ ଅପିଲ୍ କରିଛନ୍ତି ଯେ ଅପିଲ୍ କରିଛନ୍ତି ଫ୍ଲୁ ଠାରୁ ଦୂରରେ ରହିବା ଏବଂ ସତର୍କତା ଅବଲମ୍ବନ କରିବାକୁ ଅପିଲ୍ କରିଛନ୍ତି। ସେ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ମୁହଁ ଏବଂ ଗ୍ୟାଜେଟ୍ ସଫା ରଖିବାକୁ ଅପିଲ୍ କରିଛନ୍ତି। ପୋପୋଭା ସଂକ୍ରମଣ ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ଅପିଲ୍ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.