ୟୁକ୍ରେନ୍ ଉପରେ ବଡ଼ ପ୍ରହାର ନେଇ ଋଷ୍‌ର ଯୋଜନା, ଆମେରିକାର ଅନୁମାନ; ବ୍ୟବହାର କରିବେ ରସାୟନିକ ଅସ୍ତ୍ର

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ବଡ଼ ପ୍ରହାର କରିବା ଯୋଜନାରେ ଋଷ୍ । ୟୁକ୍ରେନ ସେନାକୁ ମାତ୍ ଦେବାକୁ ପ୍ଲାନ୍ ରଚିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ରସାୟନିକ ପଦାର୍ଥରେ ତିଆରି ବିଷକ୍ତ ମିସାଇଲ ମାଡ଼ କରିପାରନ୍ତି ପୁଟିନ । ଖେରସନ ସହର ଋଷ୍ ସେନା ହାତରୁ ଖସିଯିବା ପରେ ଆହୁରି ଭୟଙ୍କର ହୋଇଛନ୍ତି ରାଷ୍ଟ୍ରପତି ପୁଟିନ୍ ।

ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, ଯୁଦ୍ଧରେ ଋଷ୍ ସେନା ଧୀରେ ଧୀରେ ପଛଘୁଞ୍ଚା ଦେଉଛନ୍ତି । ଯୁଦ୍ଧକୁ ୯ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୁଟିନଙ୍କ ଗୋଟିଏ ବି ରଣନୀତି ସଫଳ ହୋଇନାହିଁ । ଋଷ୍ ସେନା କବଜା କରି ରଖିଥିବା ୟୁକ୍ରେନ ସହର ହାତରୁ ଖସିଯିବା ପରେ ଏବେ ବଡ଼ ଆକ୍ରମଣ ନେଇ ଋଷ୍ ରାଷ୍ଟ୍ରପତି ଯୋଜନା କରୁଥିବା ଜଣାପଡ଼ିଛି । ଲୋକଙ୍କ ଉପରେ ଜୈବିକ ଅସ୍ତ୍ର ସହିତ ମାରାତ୍ମକ ବିଷ ବ୍ୟବହାର କରିବ ବୋଲି ଜଣାପଡ଼ିଛି । ପୂର୍ବରୁ ଗୁଇନ୍ଦାଗିରି କରୁଥିବା ସଙ୍ଗୋଇ ସ୍କ୍ରିପଲଙ୍କୁ ମାରିବାରେ ଏହି ଜୈବିକ ବିଷ ବ୍ୟବହାର କରିଥିଲା ଋଷ୍ ।

ସେହିପରି ପୁଟିନଙ୍କ ପ୍ରତିଦ୍ବନ୍ଦ୍ବ କୁହାଯାଉଥିବା ଏଲେସ୍କି ନଓ୍ବଲନୀତଙ୍କୁ ମାରିବାରେ ମଧ୍ୟ ଏହି ରସାୟନିକ ପଦାର୍ଥ ବ୍ୟବହାର କରିଥିଲେ ରାଷ୍ଟ୍ରପତି ପୁଟିନ । ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, ଜୈବିକ ଅସ୍ତ୍ର ତଥା ନୋଓ୍ବେଚୋକ୍ ବିଷକୁ ୟୁକ୍ରେନବାସୀଙ୍କ ଉପରେ ପ୍ରୟୋଗ କରିବାକୁ ରାଷ୍ଟ୍ରପତି ପୁଟିନ ଯୋଜନା କରୁଛନ୍ତି । ଅନ୍ୟପଟେ ୟୁକ୍ରେନକୁ ଆତ୍ମସମର୍ପଣ କରିବାକୁ ଋଷ୍ ପରମାଣୁ ଆକ୍ରମଣ ଭଳି ପଦକ୍ଷେପ ଉଠାଇପାରେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.