୪୦୦ କିଲୋଗ୍ରାମର ପାଓ୍ଵାରଲିଫ୍ଟିଂ ଉଠାଇବା ବେଳେ ଭାରୋତ୍ତଳକଙ୍କ ଭାଙ୍ଗିଗଲା ଦୁଇ ଗୋଡ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ୪୦୦ କିଲୋଗ୍ରାମର ଭାରୋତ୍ତଳନ ଉଠାଇବାକୁ ଉଦ୍ୟମ କଲା ବେଳେ ରୁଷର ଭାରତ୍ତୋଳକ ଦୁଇ ଗୋଡ ଭାଙ୍ଗି ଯାଇଛି। ଏବେ ତାଙ୍କୁ ଚିକିତ୍ସା ପରେ ପୁଣି ଥରେ ନୂଆଁ କରି ଚାଲିବା ଶିଖିବାକୁ ପଡିବ। ଭାରୋତ୍ତଳକଙ୍କ ନାମ ଆଲେକଜାଣ୍ଡାର ସିଦ୍ଦିକ। ସେ ରୁଷର ରାଜଧାନୀ ମସ୍କୋରେ ଆୟୋଜିତ ଓ୍ଵାର୍ଲ୍ଡ ର ପାଓ୍ଵାରଲିଫ୍ଟିଂ ଫେଡେରେସନ(WRPF)ର ୟୁରୋପିୟନ ଚମ୍ପିଆନସିପ୍‌ରେ ୪୦୦ କିଲୋଗ୍ରାମର ଭାର ଉଠାଇବା ବେଳେ ଏହି ଘଟଣା ଘଟିଛି।

{"id":314742,"sizeSlug":"large"}

ଡିଫେଣ୍ଡିଂ ଚାମ୍ପିଅନଙ୍କୁ ନିଜର କାନ୍ଧରେ ୪୦୦ କିଲୋର ଭାରି ଓଜନ ରଖିବା ପାଇଁ ପ୍ରଥମ ପ୍ରଥମରେ ଅନେକ ଥର ନଉଁଥିବା ଦେଖିବାକୁ ମିଳିଛି। ଅନେକ ଚେଷ୍ଟା ପରେ ସେ ଓ୍ଵେଟ୍ ଲିଫ୍ଟିଂକୁ କାନ୍ଧ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ। ସମସ୍ତେ ଭାବିଲେ ସେ ସହଜରେ  ଭାରକୁ ଉଠାଇ ନେବେ। କିଛି ସମୟ ଭାରକୁ ଧରି ନିୟନ୍ତ୍ରଣ ରଖିବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ କିଛି ସମୟ ପରେ ଆଲେକଜାଣ୍ଡାର ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ।  ସେ ପାଓ୍ଵାରଲିଫ୍ଟିଂ ପକାଇ ତଳକୁ ଖସି ପଡି ଯନ୍ତ୍ରଣାରେ ଚିତ୍କାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.