ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଉଭୟ ଦେଶ କ୍ଷତି ସହିଛନ୍ତି। ଏହି ଯୁଦ୍ଧରେ ମସ୍କୋ ଏପର୍ଯ୍ୟନ୍ତ ବହୁ ସଂଖ୍ୟକ ପାଇଲଟ୍ ଏବଂ ଯୁଦ୍ଧ ବିମାନ ହରାଇଛି। ଏହି ସମୟରେ ଋଷ ପାଇଁ ଆସିଛି ଦୁଃଖଦ ଖବର। ଗତ ବର୍ଷ ଏଠାରେ ଜଣେ ପାଇଲଟ ୟୁକ୍ରେନ ଯାଇଥିଲେ, ଯିଏକି ସ୍ପେନର ଏକ ଗ୍ୟାରେଜରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସବୁଠୁ ବଡ଼ କଥା ହେଲା ତାଙ୍କର ପୁରା ଶରୀରରେ ଗୁଳି ବାଜିଛି।
ଫେବୃଆରୀ ୧୩ରେ ସ୍ପେନର ଆଲିକାଣ୍ଟେ ନିକଟ ଭିଲ୍ଲାଜୋଏସା ସହରରେ ପାଇଲଟ ମ୍ୟାକ୍ସିମ କୁଜମିନୋଭଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ସ୍ପେନର ଏଜେନ୍ସି ରିପୋର୍ଟ କରିଛି। ତାଙ୍କଠାରୁ ୟୁକ୍ରେନ ପାସପୋର୍ଟ ମିଳିଛି। ତେବେ ସେ ଏଠାରେ ଏକ ଭିନ୍ନ ନାମରେ ରହୁଥିଲେ। କୁହାଯାଉଛି ଯେ ଗତ ବର୍ଷ ଅଗଷ୍ଟରେ କୁଜମିନୋଭ ତାଙ୍କ MI-8 ହେଲିକପ୍ଟରରେ ୟୁକ୍ରେନ ଯାଇଥିଲେ।
ୟୁକ୍ରେନର ସାମରିକ ଗୁଇନ୍ଦା ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ପାଇଲଟ କୁଜମିନୋଭଙ୍କର ସ୍ପେନରେ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏଠାରେ ଏକ ଖବରକାଗଜ ରିପୋର୍ଟ କରିଛି ଯେ ତାଙ୍କୁ ହତ୍ୟା କରାଯାଇଛି।
ସହରରେ ଗୁଳି ଚଳାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ସ୍ପେନ ପୋଲିସ ସ୍ପଷ୍ଟ କରିଛି। ତେବେ ସେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରି ନାହାଁନ୍ତି। ସ୍ପେନର ଗାର୍ଡିଆ ସିଭିଲ ପୋଲିସର ଏକ ସୂତ୍ରରୁ ଜଣାପଡିଛି ଯେ ପୀଡିତା ଜଣକ ଏକ ଜାଲ୍ ପରିଚୟ ତଳେ ରହୁଥିଲେ। ସ୍ପେନ ଏଜେନ୍ସି କହିଛି ଯେ ଗାଡିରେ ପଳାଇଥିବା ଦୁଇ ସନ୍ଦିଗ୍ଧଙ୍କୁ ତଦନ୍ତକାରୀ ଟିମ୍ ଖୋଜୁଛି। ପରେ ଏହି ଗାଡିଟି ଜଳି ଯାଇଥିବା ଦେଖିବାକୁ ମିଳିଥିଲା।