ୟୁକ୍ରେନରେ କୁକୁରଙ୍କୁ ଆତ୍ମଘାତୀ ଆକ୍ରମଣରେ ଉପଯୋଗ କରିବାକୁ ପ୍ରସ୍ତାବ ଦେଲେ ରୁଷ ଅଧିକାରୀ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ନଅ ମାସ ବିତି ସାରିଥିଲେ ମଧ୍ୟ ଯୁଦ୍ଧର ଅବସାନ କେବେ ଘଟିବ କେହି ପାରୁ ନାହାନ୍ତି। ଏହା ମଧ୍ୟ ୟୁକ୍ରେନ ଆହୁରି ଘାତକ ଆକ୍ରମଣ କରିବାକୁ ଯୋଜନା କରିଛି ରୁଷ। ଏହିକ୍ରମରେ ୟୁକ୍ରେନର ଟ୍ୟାଙ୍କ ଉଡାଇବା ପାଇଁ ବୁଲା କୁକୁରଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରୁଷର ଅଧିକାରୀ। ଓରିଲ କମ୍ୟୁନିଷ୍ଟ ପାର୍ଟିର ଭିକ୍ଟର  ମାକାରୋଭ ଏହି ପ୍ରସ୍ତାବ ଦେଇଛନ୍ତି। ନିକଟରେ ବିଧାନସଭାରେ ମାକାରୋଭ ଏହି ପ୍ରସ୍ତାବ ଦେବା ସହ କୁକୁରଙ୍କୁ ଚୀନ ପଠାଯାଉ ବୋଲି କହିଛନ୍ତି। ଭିକ୍ଟର ମାକାରୋଭଙ୍କ ଟିପ୍ପଣୀକୁ ମେଡୁଜାର ପ୍ରବନ୍ଧ ସଂପାଦକ କେଭିନ ରୋ୍‌ଥରକଙ୍କ ଧ୍ୟାନ ଆକର୍ଷଣ କରିଛି।

କେଭିନ୍ ରୋଥରକ୍ ଟ୍ଵିଟ୍ କରିଛନ୍ତି ଯେ, ରୁଷର ଓରେୟୋଲ ଅଞ୍ଚଳର ଜଣେ କମ୍ୟୁନିଷ୍ଟ ବୁଲା କୁକୁରଙ୍କୁ ୟୁକ୍ରେନ ଟ୍ୟାଙ୍କକୁ ଉଡାଇବା ପାଇଁ ଆତ୍ମଘାତୀ ଆକ୍ରମଣରେ ବ୍ୟବହାର କରାଯାଉ ବୋଲି କହିଛନ୍ତି। ଏଥିପାଇଁ କୁକୁରକୁ  ପ୍ରଶିକ୍ଷଣ ଦେବା ଉଚିତ୍। ତେବେ ଭିକ୍ଟରଙ୍କ ଏହି ପ୍ରସ୍ତାବ ଉପରେ ଅନ୍ୟ ନେତାମାନେ ସେତେଟା ଆଗ୍ରହ ପ୍ରକାଶ କରି ନାହାନ୍ତି। ତେବେ ଆଞ୍ଚଳିକ ସଂସଦର ଡେପୁଟୀ ଆନ୍ଦ୍ରେଇ ଫ୍ରୋଲୋଭ ଏହି ପ୍ରସ୍ତାବ ଉପରେ କେତେ ଖର୍ଚ୍ଚ ହେବ ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଡିସେମ୍ବର ୨ରେ ଜର୍ମାନ ଚାନସେଲର ଓଲାପ ସ୍କୋଲ୍‌ଜଙ୍କ ସହ ଏକ ଘଣ୍ଟା ପର୍ଯ୍ୟନ୍ତ ଟେଲିଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ପୁଟିନ୍ ମିଛ କହିଥିଲେ ଯେ, ୟୁକ୍ରେନକୁ ପାଶ୍ଚାତ୍ୟ ସହାୟତା ଏବଂ ସୈନ୍ୟ ସହାୟତା ମିଳୁଥିବାରୁ ୟୁକ୍ରେନ ଯୁଦ୍ଧରେ ଆଗୁଆ ରହୁଛି। ଏହା କହିଛି ଆମେରିକାର ଥିଙ୍କ ଟ୍ୟାଙ୍କ ପେଣ୍ଟାଗନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.