ୟୁକ୍ରେନ ଉପରେ ଋଷ୍‌ର ଘନଘନ ମିସାଇଲ୍ ମାଡ଼, ୧୪ମୃତ ୬୦ରୁ ଅଧିକ ଆହତ

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଘାତକ କ୍ଷେପଣାସ୍ତ୍ର ମାଡ଼ । ରୁଷ ସେନା ୟୁକ୍ରେନ ସହର ଉପରେ ଘନଘନ ମିସାଇଲ ମାଡ଼ କରିଛି । ରୁଷ ପକ୍ଷରୁ କିଭ୍ ଓ ଖାରକିଭର ଜନବସତି ଅଂଚଳରେ ମିସାଇଲ ଷ୍ଟ୍ରାଇକ୍ ଯୋଗୁ ପ୍ରାୟ ୧୪ଜଣଙ୍କ ମୃତ୍ୟୁ ହୋଇଛି । ବ୍ଲାଷ୍ଟରେ ଅନେକ ପ୍ରତିଷ୍ଠାନ ଧ୍ବଂସ ହୋଇଛି ।

 ସୂଚନା ଅନୁଯାୟୀ, ନିପ୍ରୋ ସହରରେ ହୋଇଥିବା ମିସାଇଲ ମାଡ଼ରେ ସବୁଠାରୁ କ୍ଷୟକ୍ଷତି ହୋଇଛି। ଏକ ୯ ମହଲା କୋଠାକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଏଥିରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି । ୩୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ କିଛି ଛୋଟ ପିଲାଥିବା ମଧ୍ୟ ସୂଚନା ମିଳିଛି । ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଭଗ୍ନସ୍ତୁପ ତଳେ ଲୋକମାନେ ଫଶି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଉଦ୍ଧାର କାର୍ଯ୍ୟାରେ ଲାଗିପଡ଼ିଛନ୍ତି । ଲୋକଙ୍କୁ ସୁରକ୍ଷତ ଭବେ ଉଦ୍ଧାର କରାଯାଉଛି।

ନିପ୍ରୋ ବ୍ୟତିତ କିଭ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଥିବା ଏକାଧିକ ପ୍ରତିଷ୍ଠାନକୁ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ଫଳରେ ବିଜୁଳି ଓ ପାଣି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ରୁଷ ଆଟାକ କରିଥିବା ୩୩ ମିସାଇଲରୁ ୟୁକ୍ରେନ ସେନା ୨୧ଟିକୁ ମାରି ଖସାଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି କହିଛନ୍ତି । ରୁଷର ଏପରି ମିସାଇଲ ମାଡ଼କୁ ନିନ୍ଦା କରିବା ସହ ପଶ୍ଚିମ ଦେଶଗୁଡ଼ିକୁ ପୁଣିଥରେ ସହଯୋଗ ପାଇଁ ନିବେଦନ କରିଛନ୍ତି ଜେଲେନସ୍କି।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.