ବଖମୁଥ୍ ସହର ଉପରେ ରୁଷର ମିସାଇଲ ମାଡ଼, ଘର ଛାଡ଼ି ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ
5/03/2023 at 6:57 PM

ନୂଆଦିଲ୍ଲୀ, ୦୫/୦୩: ୟୁକ୍ରେନ ସହ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ପୁଣି ଥରେ ଆକ୍ରମଣ ତୀବ୍ର କରିଛି ରୁଷ। ରିପୋର୍ଟ ଅନୁଯାୟୀ, ରୁଷ ୟୁକ୍ରେନ୍ର ବଖମୁଥ୍ ସହର ଉପରେ ଘନ ଘନ ମିସାଇଲ ମାଡ଼ କରିଛି। ଫଳରେ ବଖମୁଥ୍ ସହରର ଲୋକେ ଘର ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନ୍ ସେନା ଲୋକଙ୍କୁ ସହରରୁ ସୁରକ୍ଷିତ ବାହାର କରିବାକୁ ପ୍ରୟାସ କରୁଛି। ରୁଷ ସେନାର ଆକ୍ରମଣ କରି ଡୋନେସ୍କରେ ପୋଲ ଗୁଡ଼ିକୁ ନଷ୍ଟ କରିଛି। ୟୁକ୍ରେନ ସେନାର ଏକ ପ୍ରତିନିଧି କହିଛନ୍ତି ଯେ ନାଗରିକଙ୍କୁ ବଖମୁଥ୍ରୁ ବାହାରକୁ ଗାଡ଼ିରେ ନେଇ ଯିବା ବିପଦପୂର୍ଣ୍ଣ ହୋଇଯାଇଛି। ଏମିତିରେ ଲୋକଙ୍କୁ ପାଦରେ ହିଁ ଚାଲି ଯିବାକୁ କଷ୍ଟକର ହୋଇପଡ଼ିଛି।
ମସ୍କୋର ଟାର୍ଗେଟରେ ରହିଛି ବଖମୁଥ ସହର। ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ର ସୈନିକ ସହର ପାଖରେ ଥିବା ଏକ ଗାଁରେ ପହଞ୍ଚିବାକୁ ନିଜେ ହିଁ ଅସ୍ଥାୟୀ ପୋଲ ନିର୍ମାଣ କରୁଛନ୍ତି। ରୁଷ ସେନାକୁ ଆଗକୁ ବଢ଼ିବାକୁ ରୋକିବା ପାଇଁ ଗତ ୩୬ ଘଣ୍ଟାରେ ୟୁକ୍ରେନ ୟୁନିଟ୍ସ ନିଜେ ହିଁ ବଖମୁଥ୍ ବାହାରେ ୨ ଗୁରୁତ୍ବପୂର୍ଣ୍ଣ ପୋଲ ନଷ୍ଟ କରିଛି। ରିପୋର୍ଟ ଅନୁଯାୟୀ, ରୁଷ ସେନା ୟୁକ୍ରେନର ବଖମୁଥରେ ତୀବ୍ର ଭାବରେ କବ୍ଜା କରୁଛି। ୟୁକ୍ରେନର ସୈନିକ ମଧ୍ୟ ଏହାର ଦୃଢ଼ ଜବାବ ଦେଉଛନ୍ତି। ଯଦି ରୁଷ ବଖମୁଥ ଉପରେ କବ୍ଜା କରୁଛି ତେବେ ଗତ ସାତ ମାସରେ ଏହା ରୁଷ ପାଇଁ ବଡ଼ ବିଜୟ ହେବ।
ସୂଚନାଯୋଗ୍ୟ, ରୁଷ ସେନା ଆକ୍ରମଣ ତୀବ୍ର କରିବା ପରଠାରୁ ୟୁକ୍ରେନ୍ରେ ସ୍ଥିତି ଖରାପ ହୋଇଚାଲିଛି। କୁହାଯାଉଛି ଯେ ଅନେକ ସହର ଭଗ୍ନସ୍ତୁପ ପାଲଟିଛି। ଯେଉଁ ଅଞ୍ଚଳରେ କିଛି ଲୋକ ଏବେବି ରହିଛି ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।
ସେପଟେ ରୁଷ-ୟକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍କୁ ଆମେରିକା ସହଯୋଗ କରିଆସୁଛି। ବାଇଡେନ୍ କିଛି ଦିନ ତଳେ ୟୁକ୍ରେନ୍ ପାଇଁ ୪୦ କୋଟି ଡଲାରର ନୂଆ ସୈନ୍ୟ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ହିମାର୍ସ ହୋବାତିଜର ଏବଂ ବ୍ରାଡଲୀ ଭଳି ଲଢ଼ୁଆ ବିମାନ ସହ ଗୋଳା-ବାରୁଦ ରହିଛି।