ବର୍ଗର ଖାଇବାକୁ ମନ ହେବାରୁ ୨ଲକ୍ଷ ଟଙ୍କାରେ ବୁକ୍ କଲେ ହେଲିକପ୍ଟର: ୩୬୦କିମି ଦୂର ଗାର୍ଲଫ୍ରେଣ୍ଡ ସହ ମ୍ୟାକ୍ ଡୋନାଲ୍ଡ ପହଞ୍ଚିଲେ ଯୁବକ
5/12/2020 at 5:18 PM

ମସ୍କୋ ୫/୧୨: ଜଣେ ଧନୀ ବ୍ୟକ୍ତିଙ୍କୁ ବର୍ଗର ଖାଇବାକୁ ଇଚ୍ଛା ହୋଇଥିଲା। ପାଖରେ ତାଙ୍କୁ କୌଣସି ବର୍ଗର ଦୋକାନ ପସନ୍ଦ ଆସିନଥିଲା। ଏହା ପରେ ସେ ୨ଘଣ୍ଟା ପାଇଁ ହେଲିକପ୍ଟର ବୁକ୍ କରିଥିଲେ ଏବଂ ମ୍ୟାକଡୋନାଲ୍ଡର ରେଷ୍ଟୁରାଣ୍ଟରେ ପହଞ୍ଚି ଯାଇଥିଲେ।
କେବଳ ବର୍ଗର ଖାଇବା ପାଇଁ ୨ଘଣ୍ଟା ହେଲିକପ୍ଟରରେ ଉଡ଼ି ଆସିଥିବା ଏହି ବ୍ୟକ୍ତିଙ୍କ ନାଁ ଭିକ୍ଟର ମାର୍ଟିନୋଭ। ଏହି ଘଟଣା ଋଷର। ଭିକ୍ଟର ପ୍ରାଇଭେଟ୍ ଜେଟ୍ର ବ୍ୟବସାୟ କରନ୍ତି।
ମ୍ୟାକଡି ରେଷ୍ଟୁରାଣ୍ଟ ଯାଏଁ ପହଞ୍ଚିବା ପାଇଁ କୋଟିପତି ଭିକ୍ଟର ପାଖାପାଖି ୨ଲକ୍ଷ ଟଙ୍କାରେ ହେଲିକପ୍ଟ ରାଇଡରେ ଖର୍ଚ୍ଚ କରି ଦେଇଥିଲେ। ଗର୍ଲଫ୍ରେଣ୍ଡକୁ ଏକାଠି ନେଇ ସେ ହେଲିକପ୍ଟରରେ ବର୍ଗର ଖାଇବାକୁ ପହଞ୍ଚିଥିଲେ।
ବାସ୍ତବରେ ୩୩ବର୍ଷୀୟ ଭିକ୍ଟର କ୍ରିମିଆରେ ଛୁଟି କଟାଉଥିଲେ। ସେହି ସମୟରେ ତାଙ୍କୁ ମ୍ୟାକ ଡି ବର୍ଗର ଖାଇବାକୁ ଇଚ୍ଛା ହୋଇଥିଲା। ଏହା ପରେ ସେ କ୍ରିମିଆରୁ କ୍ରାସ୍ନୋଡର ଯାତ୍ରା କରିଥିଲେ। ହେଲିକପ୍ଟରରେ ସେ ପାଖାପାଖି ୩୬୦କିମି ଦୂର ମ୍ୟାକଡି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ।
ରେଷ୍ଟୁରାଣ୍ଟରେ ଭିକ୍ଟର ବିଗ୍ ମ୍ୟାକ୍,ଫ୍ରେଞ୍ଚ ଫ୍ରାଇଜ,ମିଲ୍କଶେକ୍ ଆଦି ଅର୍ଡ଼ର କରିଥିଲେ। ରେଷ୍ଟୁରାଣ୍ଟର ବିଲ୍ ପାଖାପାଖି ୪,୮୫୯ଟଙ୍କା ଆସିଥିଲା। ହେଲିକପ୍ଟର ଭଡ଼ା ଦେଇଥିବା କମ୍ପାନୀ କହିଥିଲେ ଯେ ଏହା ପୂର୍ବରୁ କେବେ ଏପରି ବୁକିଂ ଆସି ନଥିଲା ।