ନୂଆଦିଲ୍ଲୀ: ଯୁକ୍ରେନ ରୁଷ ଯୁଦ୍ଧକୁ ୧୦୦ରୁ ଅଧିକ ଦିନ ହୋଇଛି । ଯୁଦ୍ଧ ଥମିବାର ନାଁ ଧରୁନି । ଏହାରି ଭିତରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ରୁଷ ସାମ୍ୱାଦିକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରୁଷର ବରିଷ୍ଠ ସାମ୍ୱାଦିକ ଦିମିତ୍ରି ମୁରାତୋଭ ନିଜର ନୋବେଲ ପୁରସ୍କାର ସୋମବାର ରାତିରେ ନିଲାମ କରିଛନ୍ତି। ମୁରାତୋଭ ନିଲାମୀରେ ମିଳିଥିବା ଧନରାଶିକୁ ଯୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାଙ୍କ ସାହାଯ୍ୟ ପାଇଁ ୟୁନିସେଫକୁ ଦାନ କରିବେ।
ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରି ରୁଷର ଖବରକାଗଜ ନୋବୟା ଗେଜଟର ପ୍ରତିଷ୍ଠାତା। ଯୁଦ୍ଧ ପାଇଁ ୨୦୨୨ ମାର୍ଚ୍ଚରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା, ଏହି ସମୟରେ ଦିମିତ୍ରି ଏହାର ମୁଖ୍ୟ ସମ୍ପାଦକ ଥିଲେ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସାର୍ବଜାନୀନ ଅସନ୍ତୋଷକୁ ଚପାଇବା ଏବଂ ସାମ୍ୱାଦିକଙ୍କ ଉପରେ ରୁଷର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଖବରକାଗଜର ପ୍ରକାଶନ ବନ୍ଦ କରାଯାଇଥିଲା।
ପୁରସ୍କାର ନିଲାମୀରେ ମିଳିଥିବା ରେକର୍ଡ ୫,୦୦,୦୦୦ ଡଲାର ନଗଦ ରାଶିକୁ ପିଲାଙ୍କ ପାଇଁ ଦାମ କରିବାକୁ ଦିମିତ୍ରି ଘୋଷଣା କରିଛନ୍ତି। ଏହା ଦାନ ରାଶି ଜରିଆରେ ଶରଣାର୍ଥୀ ପିଲାଙ୍କ ଭବିଷ୍ୟତକୁ ଏକ ସୁଯୋଗ କରିବା ତାଙ୍କ ଉଦ୍ଦେଶ୍ୟ ଥିବା ସେ କହିଛନ୍ତି । ଗତବର୍ଷ ଫିଲିପିନ ସମ୍ୱାଦିକା ମାରିୟା ରେସାଙ୍କ ସହ ମିଳିତ ଭାବେ ମୁରାତୋଭ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣଆ ହୋଇଥିଲେ।