ନୂଆଦିଲ୍ଲୀ ୦୨/୧୨ : ସମୁଦ୍ର ଗର୍ଭରେ ଅନେକ ପ୍ରକାର ରହସ୍ୟମୟୀ ଜୀବଜନ୍ତୁ ଓ ଜିନିଷ ରହିଛି। ଦୁନିଆରେ ଏମିତି ଅନେକ ଜୀବ ଯେଉଁମାଙ୍କୁ ଦେଖି ବିଶ୍ୱାସ କରିବା ମୁସ୍କିଲ ଯେ ଏମିତି ଜୀବ ବି ଥାଆନ୍ତି। ଗଭୀର ସମୁଦ୍ରରୁ ବେଳେବେଳେ ଅଜବ ଅଜବ ଜୀବ ବାହାରକୁ ଆସିଥାନ୍ତି। ଏମାନଙ୍କ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ଏହିଭଳି ଏକ ମାଛର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମାଛଟି ଦେଖିବାକୁ ପନିର ଚିଜ ବର୍ଗର ଭଳି। କିନ୍ତୁ ଭଲ ଭାବେ ଦେଖିଲେ ଜାଣିପାରିବେ ଏହା ବର୍ଗର ନୁହେଁ ମାଛ। ୩୯ ବର୍ଷୀୟ ରୋମାନ ଫେଡ଼ୋରତ୍ସବଙ୍କ ଜାଲରେ ଏହି ମାଛ ଫସିଥିଲା। ମାଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକେ ଏହାକୁ ଦାନ୍ତଯୁକ୍ତ ଚିଜବର୍ଗର ବୋଲି କହିଛନ୍ତି ତ କିଏ କିଏ ଏହାକୁ ନିଞ୍ଜା ଟର୍ଟଲର ଛୋଟ ରୂପ ବୋଲି କହିଛନ୍ତି।
{"id":553338,"sizeSlug":"full","linkDestination":"none"}ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମାଛ ଧରାଳିଙ୍କ ଜାଲରେ ଏହି ମାଛ ଫସିଥିଲା। ମାଛକୁ ଦେଖି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଛଟି ତାଙ୍କୁ ଦାନ୍ତଯୁକ୍ତ ଚିଜବର୍ଗର ଭଳି ନଜର ଆସିଥିଲା। ମାଛକୁ ଦେଖି ସେ ତୁରନ୍ତ ତାର ଫଟୋ ଉଠାଇ ଦେଇଥିଲେ ଓ ତାକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ଦେଖି ଲୋକେ ନାନା କମେଣ୍ଟ କରିଛନ୍ତି। ଜଣେ ୟୁଜର ମାଛକୁ କଇଁଛ ଭଳି ଦେଖାଯାଉଥିବା କହିଛନ୍ତି। କିଛି ଲୋକଙ୍କୁ ଏହା ଚିକେନ ସ୍ୟାଣ୍ଡୱିଚ ଭଳି ନଜର ଆସିଲା।
{"id":553340,"sizeSlug":"full","linkDestination":"none"}ଫଟୋକୁ ହଜାର ହଜାର ଲୋକେ ଲାଇକ କରିଛନ୍ତି। କିଛି ଲୋକଙ୍କୁ ଏହି ମାଛକୁ ଘୃଣା ମଧ୍ୟ ଆସିଛି। ଫଟୋ ଉଠାଇବା ପରେ ମାଛକୁ ପୁଣିଥରେ ପାଣିରେ ଛାଡି ଦିଆଯାଇଥିଲା। ରୋମାନ ଏହିଭଳି ମାଛ ଧରି ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥାନ୍ତି। ଲୋକେ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି ଯେ ତାଙ୍କୁ ଏହିଭଳି ମାଛ ମିଳନ୍ତି କେମିତି। ବେଳେ ଏଲିଅନ ଭଳି ଦେଖାଯାଉଥିବା ମାଛ ମଧ୍ୟ ସେୟାର କରିଥାନ୍ତି।