Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍କର୍ଟ ପିନ୍ଧୁଥିବା ଝିଅଙ୍କୁ ମିଳିବ ଉପହାର : କମ୍ପାନୀ କଲା ବଡ଼ ଘୋଷଣା

4/06/2019 at 6:07 PM

ନୂଆଦିଲ୍ଲୀ ୪/୬: ଏବେ ସୋଶିଆଲ ମିଡିଆରେ ଲୋକେ ଗୋଟିଏ ଜିନିଷକୁ ନେଇ ବିଶେଷ ଆଲୋଚନା କରୁଛନ୍ତି। ଲୋକେ ଏହାକୁ ଘୃଣ୍ୟ ଏବଂ ସେକ୍ସି କହୁଛନ୍ତି।

ପ୍ରକୃତରେ ରୁଷିଆର ଲକ କମ୍ପାନୀ ଜୁନ୍ ମାସରୁ ମହିଳାଙ୍କୁ ସର୍ଟ ସ୍କର୍ଟ ପିନ୍ଧିଲେ ବୋନସ୍ ଦେବା ପାଇଁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ ରୁଷୀ ଆଲୁମିନିୟମ୍ କମ୍ପାନୀ ନାରୀତ୍ବ ମାରାଥନ୍ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଜରିଆରେ କର୍ମଚାରୀଙ୍କୁ ତାଙ୍କ ବେତନରୁ ଅଧିକ ୧୦୬ଟଙ୍କା ପ୍ରତିଦିନ ଦିଆଯିବ ଯଦି ସେମାନେ ଖାସ୍ ଧରଣର ଲୁଗା ପିନ୍ଧି ଆସିବେ।

ଏହି ଅତିରିକ୍ତ ଟଙ୍କା ପାଇବା ପାଇଁ ମହିଳାଙ୍କୁ କେତେକ ଶର୍ତ୍ତ ପାଳନ କରିବାକୁ ପଡ଼ିବ। ଯେପରିକି ସ୍କର୍ଟ କିମ୍ବା କୈାଣସି ଡ୍ରେସ୍ ଆଣ୍ଠୁରୁ ୫ ସେଣ୍ଟିମିଟରରୁ ଅଧିକ ନହେବା ଉଚିତ ଏବଂ କମ୍ପାନୀକୁ ପ୍ରମାଣ ହିସାବରେ ଫଟୋ ପଠାଇବାକୁ ପଡ଼ିବ।

କମ୍ପାନୀର ଏହି ଘୋଷଣାକୁ କେତେକ ଲୋକ ସୋଶିଆଲ ମିଡିଆରେ ବିରୋଧ କରିଥିଲେ। ଅନେକ ଗ୍ରାହକ ନିଜର ଅଭିଯୋଗକୁ ପ୍ରକାଶ କରିଥିଲେ। ଜଣେ ଗ୍ରାହକ କହିଛନ୍ତି ଯେ ଏହା ନିଜ ଶକ୍ତିର ଦୁରୁପଯୋଗ ଏବଂ ମହିଳାଙ୍କୁ ଶୋଷଣ କରିବାକୁ ବୁଝାଉଛି।

   Related Posts