scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଟିରେ ଦୌଡୁଛି,ସମୁଦ୍ରରେ ପହଁରୁଛି,ଆକାଶରେ ବି ଉଡୁଛି, ଦେଖନ୍ତୁ ଏହି ପ୍ଲେନ୍‌କୁ…

21/08/2023 at 4:01 PM

ନୂଆଦିଲ୍ଲୀ ୨୧।୦୮: ଆକାଶରେ ଫ୍ଲାଇଟ୍ ଏବଂ ଲଢାକୁ ବିମାନ ଉଡୁଥିବା ନିଶ୍ଚୟ ଦେଖିଥିବେ । ରନଓ୍ବେରେ ଦୌଡିବା ପରେ କିଛି ସେକେଣ୍ଡରେ ହିଁ ଆକାଶକୁ ଉଡିଯାଏ । କିନ୍ତୁ ଦୁନିଆରେ କିଛି ଏପରି ଫ୍ଲାଇଟ୍‌ ରହିଛି ଯାହାର ରନଓ୍ବେ ମାଟିରେ ନୁହେଁ, ସମୁଦ୍ର ହୋଇଥାଏ । ଏହା ନା କେବଳ ସମୁଦ୍ରର ଉପରେ ପହଁରିଥାଏ, ବରଂ ପାଣିକୁ ରନଓ୍ବେ ଭଳି ବ୍ୟବହାର କରି ଆକାଶରେ ଉଡିଯାଏ । ଏବେ ଲାଲ୍ ଏବଂ ନୀଳ ରଙ୍ଗର ଗାର ଥିବା ଏକ ଧଳା ବିମାନ ସୋଶିଆଲ୍ ମିଡିଆରେ ବେଶ୍  ଭାଇରାଲ୍‌ ହେଉଛି । ଏକ ସାମାନ୍ୟ ଜାହାଜ ଭଳି ଦେଖାଯାଉଥିବା ଏହି ବିମାନକୁ କରାଯାଇଛି ସ୍ୱତନ୍ତ୍ର ଡିଜାଇନ୍ ।

ଦେଖନ୍ତୁ ଏହି ଭିଡିଓକୁ… ପ୍ରାୟ ଏକ ମିନିଟର ଏହି ଭିଡିଓ । ଭିଡିଓରେ ଦେଖୁଥିବେ ଜାହାଜଟି ଭୂମିରେ ଠିଆ ହୋଇଛି, ଆଉ ହଠାତ୍ ଧୀରେ ଧୀରେ ପାଣି ଭିତରକୁ ଓହ୍ଲାଉଛି । ପ୍ରଥମରେ ଲାଗୁଛି କି ଫ୍ଲାଇଟ୍‌ର ପାଇଲଟ୍‌ ହୁଏତଃ ଭୁଲବଶତଃ ବିମାନକୁ ପାଣି ଭିତରକୁ ନେଉଛନ୍ତି । କିନ୍ତୁ କିଛି ସେକେଣ୍ଡରେ ସାମ୍ନାକୁ ଆସିଯାଉଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ବିମାନଟି ପାଣିକୁ ଯିବା ପରେ ବୁଡିଯାଉ ନାହିଁ ବରଂ ପହଁରିବାକୁ ଲାଗୁଛି । ଏବେ ବୁଝିପାରୁଥିବେ ଯେ ଏହା ଏକ ସାଧାରଣ ବିମାନ ନୁହେଁ ।  

ଏବେ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଏତେ ବଡ ବିମାନ ପାଣିରେ କେମିତି ଏତେ ଆରାମରେ ଭାସୁଛି ? ବିମାନ ଅତି ଆରାମରେ ପାଣିରେ ଅବତରଣ କରିବା ପରେ ଦ୍ରୁତଗତିରେ ଚାଲିବା ଆରମ୍ଭ କରୁଛି । କେବଳ ଏତିକି ନୁହେଁ, ଅଳ୍ପ ସମୟ ମଧ୍ୟରେ ପୁଣିଥରେ ଏହି ବିମାନ ଆକାଶରେ ଉଡ଼ୁଥିବାର ନଜର ଆସୁଛି। ଏହି ବିମାନ ପାଣିରେ ଏପରି ଚାଲୁଛି ଯେପରି ରାସ୍ତାରେ ଗାଡ଼ି ଚାଲୁଛି ।

ବାସ୍ତବରେ ଆପଣ ଦେଖୁଥିବା ଏହି ବିମାନଟି ଋଷିଆ ଦ୍ୱାରା ନିର୍ମିତ । ଏହା ଏକ ମଲ୍ଟିରୋଲ୍ ଏୟାରକ୍ରାଫ୍ଟ । ଯାହାର ନାଁ ‘ବେରିଭ୍ ବି-୨୦୦ ଆଲ୍ଟେୟାର’ । ଏହା କେବଳ ଉଡ଼ୁଥିବା ଡଙ୍ଗା ପରି ପାଣିରେ ସ୍ଥିର ହୋଇ ରହିପାରିବ ନାହିଁ, ବରଂ ପାଣିରେ ଦ୍ରୁତ ଗତିରେ ଆଗକୁ ବଢିପାରେ । ଯାହା ଭାଇରାଲ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି। ବେରିଭ୍ ବି-୨୦୦ ଆଲ୍ଟେୟାର ବିମାନକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଯାହା ୭୨ ଜଣ ଲୋକଙ୍କୁ ନେଇ ଯିବାର କ୍ଷମତା ରଖିଛି । ଏହାକୁ ଜରୁରୀକାଳୀନ ସେବା ପାଇଁ ବ୍ୟବହୃତ ହେବ ।

 ଏହି ହାଇ ସ୍ପୀଡ୍ ବିମାନ ଅଗ୍ନି ନିର୍ବାପକ, ନିଖୋଜ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବ । ଏହି ଜାହାଜ ନିଜ ସହ ୧୨ ହଜାର ଲିଟର ପାଣି ସହିତ ଯାତ୍ରା କରିବାର କ୍ଷମତା ରଖିଛି । ଏହି ଭିଡିଓଟି ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ଦେଖିସାରିଲେଣି । ଅନେକ ଏହି ଭିଡିଓରେ କମେଣ୍ଟ ମଧ୍ୟ ଦେଉଛନ୍ତି ।

You Can Read:

   Related Posts