ନୂଆ ବର୍ଷ ପୂର୍ବରୁ ୟୁକ୍ରେନ୍ ଉପରେ ହମଲା, ମିସାଇଲ୍ ମାଡ଼ କଲା ଋଷ୍, ୧୪ ସାଧାରଣ ନାଗରିକ ଆହତ

Published By : Prameya-News7 Bureau | December 31, 2022 IST

ନୂଆଦିଲ୍ଲୀ: ନୂତନ ବର୍ଷ ପୂର୍ବରୁ ୟୁକ୍ରେନ୍ ଉପରେ ବଡ଼ ହମଲା । ଋଷ ସେନା ୟୁକ୍ରେନର ବିଭିନ୍ନ ସହରରେ ଆତ୍ମଘାତୀ ଆକ୍ରମଣ କରିଥିବା ଅଭିଯୋଗ । ଏହି ମିସାଇଲ୍ ମାଡ଼ରେ ୧୪ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ନୂଆ ବର୍ଷରେ ପରିବାର ସହ ଛୁଟି କାଟିବାକୁ ଦେଶକୁ ଫେରିଥିବା ଲୋକଙ୍କ ଉପରେ ବିପଦ ବଢିଛି ।

ୟୁକ୍ରେନ୍ ଅଧିକାରୀଙ୍କ କହିବା ଅନୁଯାୟୀ,  ରାଜଧାନୀ କୀବ୍ ଏବଂ ଅନ୍ୟ ପ୍ରାନ୍ତରେ ଶନିବାର ଋଷ ସେନା ହମଲା କରିଛନ୍ତି । ବିସ୍ଫୋରଣରେ ଅଧିକାଂଶ ସହର ଧ୍ବସ୍ତବିଧ୍ବସ୍ତ ହୋଇଛି । ବିଶେଷ କରି ଆବାସିକ ଅଞ୍ଚଳରେ ମିସାଇଲ୍ ମାଡ଼ କରିଛି ଋଷ । ଏଥିରେ ୧୪ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଋଷ ସେନା ଜାଣିଶୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଥିବା ୟୁକ୍ରେନ ଅଧିକାରୀ କହିଛନ୍ତି ।

୨୦୨୩ ନୂତନ ବର୍ଷରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଋଷ୍ ଏଭଳି କରୁଛି । ୟୁକ୍ରେନର ପ୍ରଥମ ମହିଳା ଆଲେନ୍ ଜେଲେନସ୍କା ନୂଆ ବର୍ଷ ପୂର୍ବ ସଂଧ୍ୟାରେ ସେଲିବ୍ରେସନ କରୁଥିବାବେଳେ ମିସାଇଲ୍ ମାଡ଼ ହୋଇଥିଲା । ପଡୋଶୀ ଦେଶ ନୂଆ ବର୍ଷରେ ଆକ୍ରୋଶ ଦେଖାଉଛି । ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ଅତ୍ୟନ୍ତ ଘୃନ୍ୟ କାମ କରୁଛି ବୋଲି ଆଲେନ୍ ଜେଲେନସ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.