oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଜି ୭ ଦେଶ ପ୍ରାଇସ କ୍ୟାପ ଲାଗୁ କଲେ, ବିଶ୍ୱ ବଜାରକୁ ତୈଳ ରପ୍ତାନୀ ହେବ ବନ୍ଦ; ରୁଷର ଚେତାବନୀ

23/09/2022 at 9:37 PM

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ଅନ୍ୟପଟେ ରୁଷ ବିଶ୍ୱର ଅନ୍ୟ ମହାଶକ୍ତିଙ୍କୁ ଗୋଟିଏ ପରେ ଗୋଟିଏ ଚେତାବନୀ ଜାରି କରୁଛି । ଭାରତର ଅବସ୍ଥାପତି ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଶୁକ୍ରବାର କହିଛନ୍ତି ଯଦି ଜି ୭ ଦେଶ ଦ୍ୱାରା ପ୍ରାଇସ କ୍ୟାପ (ତେଲ ମୂଲ୍ୟର ସୀମା) ଲାଗୁ କରାଯାଏ ତେବେ ସେ ବିଶ୍ୱ ବଜାରକୁ ତୈଳ ରପ୍ତାନୀ ବନ୍ଦ କରି ଦେବ । ଡେନିସ୍ ଆଲିପୋଭ୍ ଏକ ସମ୍ୱାଦିକ ସମ୍ମିଳନୀ ଏହି କଥା କହିଛନ୍ତି ।

ସେ କହିଛନ୍ତି, ଆମେରିକାର ନେତୃତ୍ୱରେ ନିଆଯାଉଥିବା ଏପରି କୌଣସି ପଦକ୍ଷେପରେ ଭାରତ ସାମିଲ ହେବ ନାହିଁ ବୋଲି ଆମର ବିଶ୍ୱାସ ରହିଛି । ରୁଷ ରାଷ୍ଟ୍ରଦୂତ କହିଛନ୍ତି, ଯଦି ଏପରି କୌଣସି ପଦକ୍ଷେପ ନିଆଯାଏ ତେବେ ଭାରତ ନିଜର ହିତକୁ ନଜରରେ ରଖିବ, ବର୍ତ୍ତମାନ ସୁଦ୍ଧା ଭାରତ ଏହି ଦୃଷ୍ଟିକୋଣ ଆପଣାଇଛି ।

ଡେନିସ୍ ଆଲିପୋଭ୍ କହିଛନ୍ତି, ରୁଷ ଏପରି କୌଣସି ମ୍ୟାକେନିଜମରୁ ଅନୁସରଣ କରିବ ନାହିଁ ଯାହା ତାହାର ବାଣିଜ୍ୟ ହିତକୁ କ୍ଷତି ପହଞ୍ଚାଇବ । ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ପ୍ରଭାବୀ କରିବା ପାଇଁ ଜି ୭ ଦେଶ ଏବଂ ୟୁରୋପୀୟ ସଂଘ କ୍ରେମଲିନର ରାଜସ୍ୱକୁ ସୀମିତ କରିବା ପାଇଁ ରୁଷର ଅଶୋଧିତ ଏବଂ ପ୍ରାକୃତିକ ଉତ୍ପାଦ ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

ଚଳିତ ମାସ ଆରମ୍ଭରେ ଜି ୭ ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ଏକ ବୟାନ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଫ୍ରାଇସ କ୍ୟାପ ମୁଖ୍ୟତଃ ରୁଷର ରାଜସ୍ୱକୁ କମ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଓଲିପୋଭ କହିଛନ୍ତି, ପ୍ରାଇସ କ୍ୟାପ ଯୋଗୁଁ ବିଶ୍ୱ ବଜାରରେ ତେଲର ଅଭାବ ସୃଷ୍ଟି ହେବ ଏବଂ ମୂଲ୍ୟ ବୃଦ୍ଧି ହେବ।  

   Related Posts