oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଆମେରିକାକୁ ଋଷର ଚେତାବନୀ; ତୁମକୁ ତୁମ ଜାଗା ଦେଖାଇ ଦେବୁ

17/03/2022 at 5:47 PM

ମସ୍କୋ: ବିଶ୍ୱର ମହାଶକ୍ତି ଆମେରିକାକୁ ଋଷର ଚେତାବନୀ। ଷଡ଼ଯନ୍ତ୍ର ବନ୍ଦ କର, ନହେଲେ ତୁମକୁ ତୁମ ଜାଗା ଦେଖାଇ ଦେବୁ। ଗୁରୁବାର ଆମେରିକାକୁ ଏଭଳି ଚେତାବନୀ ଦେଇଛି ଋଷ। ତା ସହିତ ପଶ୍ଚିମ ଦେଶଗୁଡ଼ିକ ଠାରୁ ଋଷକୁ ଅଲଗା କରିବା ପାଇଁ ଆମେରିକା ଷଡ଼ଯନ୍ତ୍ର କରୁଛି ବୋଲି ମସ୍କୋ ଅଭିଯୋଗ ଲଗାଇଛି।  

ଋଷର ପୂର୍ବତନ ରାଷ୍ଟ୍ରପତି(୨୦୦୮-୨୦୧୨) ତଥା ବର୍ତ୍ତମାନର ଋଷ ସୁରକ୍ଷା କାଉନ୍‌ସିଲର ଡେପୁଟି ସେକ୍ରେଟେରୀ ଥିବା ଦିମିତ୍ରୀ ମେଦଭେଦେଭ୍ ଆମେରିକାକୁ ଏହି ଚେତାବନୀ ଦେଇଛନ୍ତି। ଆମେରିକା ଋଷକୁ ତଳିତଳାନ୍ତ କରିବା ପାଇଁ ଋଷ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ହେଲେ ଆମେରିକାର ଏହି ଚାଲ୍ କେବେ ସଫଳ ହେବ ନାହିଁ। ଆମେ ଆମର ସବୁ ଶତ୍ରୁଙ୍କୁ ଅଟକାଇବାର କ୍ଷମତା ରଖୁଛୁ ବୋଲି ଦିମିତ୍ରୀ କହିଛନ୍ତି।  

ଫେବ୍ରୁଆରୀ ୨୪ ତାରିଖ ଠାରୁ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଦିନ ଠାରୁ ଆମେରିକା ଓ ତାର ୟୁରୋପୀୟ ଓ ଏସୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଋଷ ଉପରେ ନାନା ପ୍ରତିବନ୍ଧକ ଲଗାଇଛନ୍ତି। ବିଦେଶୀ କମ୍ପାନୀଗୁଡ଼ିକ ଋଷରେ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ କରିଦେଇଛନ୍ତି।

ତେବେ ଋଷର କହିବା କଥା ହେଲା ଆମେରିକା ୟୁକ୍ରେନ୍‌କୁ ହାତ କରି ଋଷକୁ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ତେଣୁ ଋଷ ଏହା ବିରୋଧ କରୁଛି। ରାଷ୍ଟ୍ରପତି ବ୍ଲାଦିମିର ପୁଟିନ କହିଛନ୍ତି “ଯାହାକୁ ସେମାନେ ୟୁକ୍ରେନ୍ ଉପରେ ସେନା କାର୍ଯ୍ୟାନୁଷ୍ଠାନ ବୋଲି କହୁଛନ୍ତି ତାହା ପ୍ରକୃତରେ ଦରକାର ଥିଲା। କାରଣ ଆମେରିକା ୟୁକ୍ରେନ୍‌କୁ ବ୍ୟବହାର କରି ଋଷରେ ନରସଂହାର କରିବାକୁ ଚେଷ୍ଟା କରୁଥିଲା। ତେଣୁ ଏହାକୁ ପ୍ରତିରୋଧ କରିବାର ପୂର୍ଣ୍ଣ କ୍ଷମତା ଓ ଅଧିକାର ଋଷ ପାଖେ ରହିଛି।”

ଏପଟେ ୟୁକ୍ରେନ୍ କହୁଛି ଯେ ଋଷ ଆମ ଉପରେ ତା ବଳ ଦେଖାଇବା ପାଇଁ ଆକ୍ରମଣ କରିଛି। ଆମର ଅସ୍ତିତ୍ୱ ଲିଭାଇ ଦେବାକୁ ଋଷ ଚାହୁଁଛି। ଆଉନ ଆମେ ଆମର ଅସ୍ଥିତ୍ୱ ପାଇଁ ଲଢେଇ ଜାରି ରଖୁଛୁ। ପୁଟିନ ଯେଉଁ ନରସଂହାର କଥା କହୁଛନ୍ତି ତାହା ଏକଦମ୍‌ ଫାଲ୍‌ତୁ କଥା।

   Related Posts