ଆମେ ଭୁଲି ଯିବୁ ସୀମା...ବ୍ରିଟେନକୁ ରୁଷର କଡ଼ା ଚେତାବନୀ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷ ବିଦେଶ ମନ୍ତ୍ରଣାଳୟ ବ୍ରିଟେନକୁ କଡ଼ା ଚେତାବନୀ ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଯଦି ମସ୍କୋ ଉପରେ ବ୍ରେଟନ୍ ମିସାଇଲରେ ଆକ୍ରମଣ କରାଯାଏ ତେବେ ସେ ଚୁପ୍ ବସିବ ନାହିଁ ଏବଂ ୟୁକେ ଉପରେ ପାଲଟା ଆକ୍ରମଣ କରିବ । ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ ଯଦି ୟୁକ୍ରେନ ରୁଷ ସହର ଉପରେ ଆକ୍ରମଣ କରିବା ପାଇଁ ବ୍ରିଟେନ ହତିଆରକୁ ବ୍ୟବହାର କରେ ତେବେ ମସ୍କୋ ବ୍ରିଟିଶ ଠିକଣା ଉପରେ ଆକ୍ରମଣ କରିବ ।

ଜଖାରୋଭା ସାମ୍ୱାଦିକଙ୍କୁ କହିଛନ୍ତି ଯେ ଯଦି ଆମର ଚେତାବନୀ ପରେ ବି ବ୍ରିଟେନ୍ ଏଥିରୁ ଦୂରେଇ ନରୁହେ, ତେବେ ମସ୍କୋ ମଧ୍ୟ ଭୁଲି ଯିବା ସେ ୟୁକ୍ରେନ ସୀମା ଭିତରେ କିମ୍ୱା ବାହାରେ ବ୍ରିଟେନକୁ ଟାର୍ଗେଟ୍ କରୁଛି । ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ମସ୍କୋ ଦ୍ୱାରା ଲଣ୍ଡନକୁ ଏହିପରି ଚେତାବନୀ ଜାରି କରାଯାଇଥିଲା । ବ୍ରିଟିଶ ବିଦେଶ ମନ୍ତ୍ରୀ ଡେଭିଡ୍ କ୍ୟାମେରୁନଙ୍କ ବୟାନ ଦେଇଥିଲେ ଯେ ରୁଷର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରିବା ପାଇଁ ଲଣ୍ଡନ ଦ୍ୱାରା ଉପଲବ୍ଧ କରାଯାଇଥିବା ହତିଆରକୁ ବ୍ୟବହାର କରିବାର ଅଧିକାର ୟୁକ୍ରେନ ପାଖରେ ଅଛି । ଯାହାପରେ ରୁଷ ପକ୍ଷରୁ କଡ଼ା ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସିଥିଲା ।  

ଏହାରି ଭିତରେ ରୁଷ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଶାଣିତ କରିଛି । ଏପରିକି ପରମାଣୁ ଯୁଦ୍ଧାଭ୍ୟାସ ମଧ୍ୟ ଆରମ୍ଭ କରିଛି । ୟୁକ୍ରେନ୍ ସୀମାକୁ ଲାଗିଥିବା ୧୩ଟି ଅଞ୍ଚଳରେ ୨୫୦୦୦ରୁ ଅଧିକ ସୈନିକଙ୍କୁ ଯୁଦ୍ଧାଭ୍ୟାସ ପାଇଁ ଓହ୍ଲାଇଛି । ଯେଉଁ କ୍ଷେତ୍ରରେ ଏହି ଯୁଦ୍ଧାଭ୍ୟାସ ଚାଲିଛି ସେଥିରେ ରୋସ୍ତୋଭ, ବେଗ୍ଲେଗ୍ରାଦ, କଲମିକିୟା, କ୍ରାସନୋଦର କାଇ, ଅଦିଗିୟା ଏବଂ ଇଙ୍ଗୁଶେତିଆ ସାମିଲ ଅଛି । ଏହି ଅଞ୍ଚଳ ୟୁକ୍ରେନରୁ ଆରମ୍ଭ କରି ଜର୍ଜିୟା ଏବଂ ଲିଥବାନିୟା ପର୍ଯ୍ୟନ୍ତ ବ୍ୟାପ୍ତ । ଏହାକୁ ଦେଖି ବ୍ରିଟେନ ବି ଆଲର୍ଟ ଜାରି କରିଛି । ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ତିନି ଦିନର ରାସନ ରଖିବା ପାଇଁ କୁହାଯାଇଛି । ଅନ୍ତରାଷ୍ଟ୍ରୀୟ ମିଡିଆର ରିପୋର୍ଟରେ କୁହାଯାଇଛି ଯେ ବ୍ରିଟିଶ ଉପ ପ୍ରଧାନମନ୍ତ୍ରୀ ଓଲିଭର ଡାଉଡନ ଏହି ପରାମର୍ଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.