ୟୁକ୍ରେନରେ ସହର ଖାଲି କରିବା ପାଇଁ ସିରିଆ ଫର୍ମୁଲା ଆପଣାଉଛି ରୁଷ, ବ୍ରିଟେନର ଗୁଇନ୍ଦା ରିପୋର୍ଟରେ ଦାବି

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ: ସିବେରୋଡୋନେଟକ୍ସକୁ ନିୟନ୍ତ୍ରଣକୁ ନେବାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ସେନା ପାଲଟା ଜବାବ ଦେବା ଆରମ୍ଭ କରିଛି। ୟୁକ୍ରେନ ସେନା ସମ୍ପୃକ୍ତ ଅଞ୍ଚଳରୁ ରୁଷ ସେନାକୁ ପଛକୁ ହଟାଇବାକୁ ବାଧ୍ୟ କରିଥିବା ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି । ୟୁକ୍ରେନରେ ୧୦୦ ଦିନରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ନେଇ ଜାରି ହୋଇଥିବା ଗୁଇନ୍ଦା ରିପୋର୍ଟ ଅନୁସାରେ, ମସ୍କୋ ପୂର୍ବ ୟୁକ୍ରେନରେ ସ୍ୱ-ଘୋଷିତ ଲୁହାନ୍ସ ପିପୁଲ୍ସ ରିପବ୍ଲକର ଯୋଦ୍ଧାଙ୍କୁ ମୁତୟନ କରିଛି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ସହରାଞ୍ଚଳରୁ ଖାଲି କରିବା ପାଇଁ ମିଛ ସୈନିକଙ୍କ ମାର୍ଚ୍ଚ ବାହାର କରିବା ରୁଷର ପୁରୁଣା ରଣନୀତି ଏବଂ ସିରିଆରେ ମଧ୍ୟ ସେ ଏହାର ବ୍ୟବହାର କରିଥିଲା। ବ୍ରିଟେନ ଅନୁସାରେ ରୁଷ ସିରିଆର ସହରାଞ୍ଚଳକୁ ଖାଲି କରିବା ପାଇଁ ବି କ୍ୟାଟେଗୋରୀର ଯବାନଙ୍କୁ ନିୟୋଜିତ କରିଥିଲା।  

ରିପୋର୍ଟ ଅନୁସାରେ ଏହି ଯୁଦ୍ଧରେ ରୁଷ ବଡ଼ କ୍ଷତି ଉଠାଇବାକୁ ପଡୁଛି । ଏହାର ବହୁ ସୈନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଛି। ୟୁକ୍ରେନ ସାହସୀକତାର ସହ ରୁଷ ବିରୁଦ୍ଧରେ ଯୁଦ୍ଧ ଲଢେଇ କରୁଛି। ସୂଚନା ଅନୁସାରେ ରୁଷ ଏବେ ୟୁକ୍ରେନର ପୂର୍ବାଞ୍ଚଳର ଉପରେ ନିଜର ଫୋକସ ବଢାଇଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଥିଲା, ମସ୍କୋ ଏବେ ଡୋନବାସ ଅଞ୍ଚଳକୁ କବଜା କରିବାରେ ଲାଗିଛି। ଏଥିରେ ଡୋନେଟକ୍ସ ଏବଂ ଲୁହାନସ୍କ ଅଞ୍ଚଳ ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.