ଋଷିଆ-ୟୁକ୍ରେନ ଦ୍ୱିତୀୟ ପର୍ଯ୍ୟାୟ ବାର୍ତ୍ତା ବୁଧବାର, ସୋମବାର ଆଲୋଚନାରେ କିଛି ବିନ୍ଦୁରେ ହୋଇଥିଲେ ସହମତ

Published By : Prameya-News7 Bureau | March 01, 2022 IST

ମସ୍କୋ ୧।୩:ଋଷିଆ ଓ ୟୁକ୍ରେନ ମଧ୍ୟରେ ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ବାର୍ତ୍ତା ଅନୁଷ୍ଠିତ ହେବ। ଏହାର ଫଳାଫଳ କଣ ହେବ ତାହା ଏବେ ଆକଳନ କରାଯାଇ ନାହିଁ। ତେବେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଯୁଦ୍ଧବୀରାମ ସମ୍ପର୍କିତ କିଛି ବିନ୍ଦୁରେ ଉଭୟ ଦେଶ ସହମତ ହୋଇଥିଲେ। ତେବେ ଏହି ଆଲୋଚନା ପରେ ଋଷିଆର ଆକ୍ରମଣ ଜୋରଦାର ହୋଇଥିବା ବେଳେ ପୂର୍ବ ୟୁକ୍ରେନରେ ମଙ୍ଗଳବାର ଜଣେ ଭାରତୀୟ ଛାତ୍ରର ମୃତ୍ୟୁ ହୋଇଛି।

{"id":594508,"sizeSlug":"full","linkDestination":"none"}

ଋଷିୟ ସମ୍ବାଦ ସରବରାହ ସଂସ୍ଥା ଟାସ୍‌ଙ୍କ ସୂଚନା ଅନୁସାରେ ଉଭୟ ଦେଶ ମାର୍ଚ୍ଚ ୨ ତାରିଖ ଦିନ ପୁଣି ଥରେ ଆଲୋଚନା ଲାଗି ଟେବୁଲକୁ ଆସିପାରନ୍ତି। ଏ ବାବଦେ ସେମାନେ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଏହାର ଫଳାଫଳ ଜଣାଇବେ କହି ଦୁଇ ଦେଶଙ୍କ ପ୍ରତିନିଧି ଫେରିଯାଇଥିଲେ। ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଋଷିଆ ପ୍ରତିନିଧି ଦଳଙ୍କ ନେତୃତ୍ୱ ଭ୍ଲାଦିମୀର ପୁତିନଙ୍କ ଘନିଷ୍ଠ ସହଯୋଗୀ ଭ୍ଲାଦିମୀର ମେଣ୍ଡିସ୍କି ନେଇଥିଲେ।

ସେହିପରି ୟୁକ୍ରେନ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ଏଲେକ୍ସି ରେଜନିକୋଭ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପରାମର୍ଶଦାତା ମିଖାଇଲ ପୋଡୋଲିକ୍ ନେତୃତ୍ୱ ନେଇଥିଲେ। ଏହି ଆଲୋଚନା ପୂର୍ବରୁ ମେଣ୍ଡସ୍କି ୟୁକ୍ରେନ ପକ୍ଷଧରଙ୍କ ସହ ସେ ପ୍ରତି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଲୋଚନା କାଳରେ ସଂକଟ ମଧ୍ୟ ଗୁରୁତର ବି ହୋଇପାରେ ବୋଲି ପୂର୍ବରୁ ଚେତାଇ ଥିଲେ। ଏବେ ସେଇଆ ହିଁ ହୋଇଛି। ଗୋଟିଏ ପଟେ ନିଜେ ଋଷିଆ ଶାନ୍ତି ଆଲୋଚନା ପ୍ରସ୍ତାବ ଦେଇ ପ୍ରତିନିଧି ଦଳଙ୍କୁ ଟେବୁଲରେ ବସାଇଥିବା ବେଳେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ମଧ୍ୟ ଜାରି ରଖିଛି।

{"id":594507,"sizeSlug":"full","linkDestination":"none"}

ଇତିମଧ୍ୟରେ କୂଟନୀତି ବଦଳି ଯାଇଥିବା ବେଳେ ଋଷିଆ ଉପରେ ଚାପ ମଧ୍ୟ ବଢିବଢି ଚାଲିଛି। ଦେଶ ଭିତରେ ଓ ବାହାରେ ଚାପର ସମ୍ମୁଖୀନ ଋଷିଆ ଏବେ ହୁଏତ କୋହଳ ହୋଇପାରେ ବୋଲି ଆକଳନ କରାଯାଉଛି। ନଚେତ ଆଗକୁ ୟୁକ୍ରେନ ଓ ସହଯୋଗୀଙ୍କ ପଟରୁ ତୀବ୍ର ସାମରିକ  ବିରୋଧର ସମ୍ମୁଖୀନ ବି ହୋଇପାରେ।  ଗୋଟିଏ ପଟେ ଆର୍ଥିକ କଟକଣା ଯୋଗୁ ଦେଶ ଭିତରେ ଚାପର ସମ୍ମୁଖୀନ ଋଷିଆ ଆଗକୁ ଗୁରୁତର ସାମରିକ କ୍ଷତିର ମଧ୍ୟ ସମ୍ମୁଖୀନ ହୋଇପାରେ ବୋଲି ଏବେ ଆଶଙ୍କା କରାଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.