oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

‘ଆମ ପାଖରେ ଆଉ ସମୟ ବେଶି ନାହିଁ’ ଋଷର ଆକ୍ରମଣ ମଧ୍ୟରେ ସାହାଯ୍ୟ ନିବେଦନ କରୁଛି ୟୁକ୍ରେନ ସୈନ୍ୟ

21/04/2022 at 1:57 PM

କିଭ୍ ୨୧/୦୪: ଋଷ-ୟୁକ୍ରେନ ଯୁଦ୍ଧ ଏହା ଭିତରେ ୫୭ ଦିନ ଅତିକ୍ରମ କଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ଚାରିପଟୁ ଆକ୍ରମଣ କରିବାରେ ଲାଗିଛନ୍ତି ପୁଟିନ ବାହିନୀ । ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ଋଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି ।

ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିଛନ୍ତି । କେବଳ ମନା କରିନାହିଁନ୍ତି ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ମାରିଓପୋଲରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଲୁଚି ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଋଷର ସୈନ୍ୟ ସଂଖ୍ୟା ଅଧିକ ଥିବାରୁ ସେମାନେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ।

ୟୁକ୍ରେନୀୟ ସୈନ୍ୟ କମାଣ୍ଡର କେରହିଭ ବୋଲିନା କହିଛନ୍ତି ଯେ ସେମାନଙ୍କ ଜୀବନର ଆଉ କିଛି ଦିନ ବାକି ଅଛି । ଋଷୀୟ ସୈନ୍ୟଙ୍କ ସଂଖ୍ୟା ୟୁକ୍ରେନ ସେନାଙ୍କ ସଂଖ୍ୟା ୧୦ ଗୁଣ ଅଧିକ ରହିଛି ।ଫଳରେ ସେମାନେ ସହାୟତା ପାଇଁ ସମଗ୍ର ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ଅନୁରୋଧ କରି କହିଛନ୍ତି ଯେ, ଆମର ଶେଷ ସମୟ ପାଖେଇ ଆସିଲାଣି । ଋଷ ଗଣମାଧ୍ୟମର ଦାବି ଅନୁସାରେ ଉକ୍ତ ଷ୍ଟିଲ ପ୍ଲାଣ୍ଟ ପରିସରରେ ପ୍ରାୟ ୨୫୦୦ ୟୁକ୍ରେନୀୟ ସୈନ୍ୟ ଓ ୪୦୦ ବିଦେଶୀ ସୈନ୍ୟ ଲୁଚି ରହିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସେହି ଷ୍ଟିଲ ପ୍ଲାଣ୍ଟରେ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି । ଋଷ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ବାନ ଦିଆଯାଇଥିଲେ ବି ୟୁକ୍ରେନ ପକ୍ଷରୁ ତାହାକୁ ଅଗ୍ରାହ୍ୟ କରିଦିଆଯାଇଛି । ଏଣୁ କୌଣସି ସମୟରେ ଋଷ ସେନା ଆଜଭଷ୍ଟାଲ ନାମକ ଉକ୍ତ କାରଖାନା ଉପରେ ଚଢଉ କରିବାର ସମ୍ଭାବନା ରହିଛି ।

   Related Posts