scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଟିନଙ୍କ ସୁପର ଲଗଜୁରୀ ଟ୍ରେନ୍, ଏଥିରେ ରହିଛି ୩୩ କୋଟିର ବାଥରୁମ୍

11/07/2023 at 2:03 PM

ନୂଆଦିଲ୍ଲୀ ୧୧।୦୭: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ରହିଛନ୍ତି ଖୁବ୍ ଚର୍ଚ୍ଚାରେ । କୁହାଯାଉଛି କି ପୁଟିନଙ୍କୁ ଘାରିଛି ହତ୍ୟା ଭୟ । ସୁରକ୍ଷା ପାଇଁ ସେ ବୁଲେଟ୍ ପ୍ରୁଫ୍ ଟ୍ରେନ ଯାତ୍ରା କରୁଛନ୍ତି । ଏମିତିକି  ଟ୍ରେନ ଉପରେ AK-47 ବୁଲେଟର ମଧ୍ୟ ପଡେନି କୌଣସି ପ୍ରଭାବ । ସବୁଠାରୁ ବଡ କଥା ହେଉଛି ଏହା ସୁପର ଲଗଜୁରୀ ଟ୍ରେନ୍ । ଏଥିରେ ରହିଛି  ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା । ଯାହା ପୁଟିନଙ୍କୁ ଦେଉଛି ସୁରକ୍ଷା ।

କୁହାଯାଉଛି କି ୟୁକ୍ରେନ ସହ ଯୁଦ୍ଧ ଆରମ୍ଭରୁ ହିଁ ପୁଟିନ ବଙ୍କରରେ ରହୁଛନ୍ତି । ଆଉ ଗୋଟିଏ ବଙ୍କରରୁ ଅନ୍ୟ ବଙ୍କରକୁ ଯିବା ପାଇଁ ସେ ବ୍ୟବହାର କରିଥାନ୍ତି ଏକ ବୁଲେଟ ପ୍ରୁଫ୍ ଟ୍ରେନ୍ । ଟ୍ରେନଟି ଲେଭଲ୍ ୩ ପ୍ଲସ୍ ବୁଲେଟ୍ ପ୍ରୁଫ୍ । ଏହାର ଅର୍ଥ ହେଉଛି AK 47 ଏବଂ SVD ରାଇଫଲ ମଧ୍ୟ ଟ୍ରେନ ଉପରେ ପକାଇ ପାରିବନି କୌଣସି ବି ପ୍ରଭାବ । ଏହାବ୍ୟତୀତ ଆବଶ୍ୟକସ୍ଥଳେ ଟ୍ରେନ୍ରୁ ଆକ୍ରମଣ କରିବା ପାଇଁ ମଧ୍ୟ କରାଯାଇଛି ଛିଦ୍ର ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଟ୍ରେନରେ ରହିଛି ସମସ୍ତ ସୁବିଧା । ଟ୍ରେନ ଭିତରେ ଡାକ୍ତରଖାନା ଠାରୁ ଆରମ୍ଭ କରି ଫୁଲ୍ ସାଇଜ୍ ଟଏଲେଟ, ଜିମ୍, ସେଲୁନ୍ ଏବଂ ଏକ ଭେଣ୍ଟିଲେଟର ରହିଛି । ଆଉ ଏମିତି ଏକ ଜରୁରୀକାଳୀନ ରୁମ ମଧ୍ୟ ରହିଛି, ଯେଉଁଥିରେ ଆବଶ୍ୟକତାର ସବୁ ଜିନିଷ ମିଳିବ । ତେବେ ଟ୍ରେନକୁ ନେଇ ଚର୍ଚ୍ଚାର କାରଣ ହେଉଛି ଏହି ଟ୍ରେନର ବାଥ୍‌ରୁମ୍ । ଯାହାର ଦାମ୍ କରିଦେବ ଚକିତ । ଲଗଜୁରୀ ଟ୍ରେନ୍‌ରେ ଥିବା ବାଥ୍‌ରୁମର ଦାମ୍ ହେଉଛି ୩୩ କୋଟି ଟଙ୍କା  ।

ପୁଟିନଙ୍କ ଏହି ଲଗଜୁରୀ ଟ୍ରେନ୍ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଗତି କରିପାରିବ । ସୁରକ୍ଷା କବଚ ଯୋଗୁଁ ଏହାର ଗତି ବହୁତ କମ୍ । ଏହାର ଏକ ସ୍ୱତନ୍ତ୍ର ଯୋଗାଯୋଗ ଉପକରଣ ଅଛି,  ଯାହା ମାଧ୍ୟମରେ ପୁଟିନ ବିଶ୍ୱ ସହିତ ଯୋଡି ହୋଇରୁହନ୍ତି ।

You Can Read:

   Related Posts