Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ୟୁକ୍ରେନ୍ ସହ ଯୁଦ୍ଧ ପରେ ପ୍ରଥମ ଥର ବିଦେଶ ଯାତ୍ରାରେ ଭ୍ଲାଦିମିର ପୁଟିନ୍, ଗସ୍ତ କରିବେ ଏହି ଦେଶ

27/06/2022 at 2:58 PM

ଲଣ୍ଡନ ୨୭।୬: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ସପ୍ତାହରେ ମଧ୍ୟ ଏସିଆର ଦୁଇ ପୂର୍ବତନ ସୋଭିଏତ୍ ରାଜ୍ୟ ଗସ୍ତ କରିବେ । ଋଷ୍ ରାଜ୍ୟ ଟେଲିଭିଜନ ରବିବାର ଦିନ ଏହି ସୂଚନା ପ୍ରଦାନ କରିଛି । ୟୁକ୍ରେନ୍ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବାପରେ ପୁଟିନ୍‌ଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ରୋସିଆ ୧ ରାଜ୍ୟ ଟେଲିଭିଜନ ଷ୍ଟେସନର ସାମ୍ବାଦିକ ପାଓ୍ବେଲ ଜାରୁବିନ୍ କହିଛନ୍ତି ଯେ, ଭ୍ଲାଦିମିର ପୁଟିନ୍ ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ଗସ୍ତ କରିବା ସହ ମସ୍କୋରେ କଥାବାର୍ତ୍ତା ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋଙ୍କ ସହ ଭେଟିବେ ।

ଜାରୁବିନ୍ କହିଛନ୍ତି, ଦୁଶାମ୍ବେରେ ପୁଟିନ୍ ତାଜିକ ରାଷ୍ଟ୍ରପତି ଇମୋମାଲି ରାଖମୋନଙ୍କୁ ଭେଟିବେ । ଯିଏକି ଋଷ୍‌ର ଜଣେ ଘନିଷ୍ଠ ସହଯୋଗୀ ଏବଂ ଜଣେ ପୂର୍ବତନ ସୋଭିଏତ୍ ରାଜ୍ୟର ସବୁଠୁ ଅଧିକ ସମୟ ଶାସନ କରିଥିବା ଶାସକ । ଅଶଗାବାତରେ ସେ ଅଜରବୈଜାନ, କାଜାକିସ୍ତାନ, ଇରାନ ଏବଂ ତୁର୍କମେନିସ୍ତାନ ନେତାଙ୍କ ସହିତ କ୍ୟାପସିୟନ ଦେଶର ଏକ ଶିଖର ସମ୍ମିଳନୀରେ ଭାଗ ନେବେ ।

ଋଷ୍ ବାହାରେ ପୁଟିନ୍‌ଙ୍କ ଶେଷ ଜ୍ଞାତ ଯାତ୍ରା ଫେବୃଆରୀ ଆରମ୍ଭରେ ବେଜିଂ ଗସ୍ତ ଥିଲା । ବେଜିଂରେ ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଲମ୍ପିକ ଶୀତକାଳୀନ ଖେଳର ଉଦଘାଟନ ସହାରୋହରେ ସାମିଲ ହେବାର କିଛି ଘଣ୍ଟା ପୂର୍ବରୁ ବନ୍ଧୁତ୍ବ ଚୁକ୍ତିର ଅନାବରଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଋଷ୍ ସେନା ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ । ଯାହା ପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହା ଫଳରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ସେହିଭଳି ଆମେରିକା ଏବଂ ତାଙ୍କ ପଶ୍ଚିମୀ ସହଯୋଗୀ ମସ୍କୋ ଉପରେ ଗମ୍ଭୀର ଆର୍ଥିକ ପ୍ରତିବନ୍ଧକ ଲଗାଇଛି ।

   Related Posts