ଋଷ୍‌ର ଭୀଷଣ କ୍ଷେପଣାସ୍ତ୍ର ମାଡ଼, ବିସ୍ଫୋରଣରେ ଥରିଲା ୟୁକ୍ରେନ ରାଜଧାନୀ କିଭ୍

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଭୟଙ୍କର ହେଉଛି ୟୁକ୍ରେନ-ଋଷ ଯୁଦ୍ଧ । ନୂଆ ସହରକୁ ଋଷ୍ ସୈନ୍ୟ କବଜା କରିବା ପରେ ୟୁକ୍ରେନ୍ ଉପରେ ଜୋରଦାର ମିସାଇଲ୍ ହମଲା ହୋଇଛି । ଶନିବାର ସକାଳୁ ଘାତକ କ୍ଷେପଣାସ୍ତ୍ର ମାଡ଼ରେ ଥରି ଉଠିଛି ରାଜଧାନୀ କିଭ୍‌ର ପୂର୍ବ ପ୍ରାନ୍ତ । ବିସ୍ଫୋରଣରେ ଭାଙ୍ଗି ଛରଖାର ହୋଇଛି ସହରରେ ଥିବା ଅଧିକାଂଶ କୋଠା ଓ ବିଲ୍ଡିଂ । ଆହୁରି ଅଧିକ ମିସାଇଲ୍ ଷ୍ଟ୍ରାଇକ୍ ହେବା ନେଇ ଲୋକଙ୍କୁ ସତର୍କ କରାଇଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଅପେକ୍ଷା ଅଧିକ ଭୟଙ୍କର ହେଉଛି ଋଷ୍ । ୟୁକ୍ରେନ ଉପରେ ତୁହାକୁ ତୁହା ଘାତକ ମିସାଇଲ୍ ମାଡ଼ କରୁଛି । ପୁଣି ଥରେ ରାଜଧାନୀ କିଭ୍ ଉପରେ ଆକ୍ରମଣ କରିଛି । ଶନିବାର ଡନିପ୍ରୋବସ୍କି ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ହୋଇଥିବା ମେୟର ବିଟାଲୀ କ୍ଲିଟ୍ସକୋ ସୂଚନା ଦେଇଛନ୍ତି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ଆକ୍ରମଣ ହେବ ବୋଲି ସେ ଟେଲିଗ୍ରାମ୍ ଆପ୍ଲିକେସନରେ ମେଜେସ୍ ଲେଖି ଲୋକଙ୍କୁ ସତର୍କ କରାଇଛନ୍ତି । ଏହା ସହିତ ଲୋକଙ୍କୁ ବଙ୍କର ଭିତରୁ ନବାହାରିବାକୁ କହିଛନ୍ତି ।

ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ମଧ୍ଯରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଘମାଘୋଟ ଯୁଦ୍ଧର କିଛି ଦିନ ଭିତରେ ଋଷ ସେନା ୟୁକ୍ରେନ ଗୋଟିଏ ପରେ ଗୋଟିଏ ସହରକୁ କବଜା କରିଥିଲେ । ପରେ ଋଷ ସୈନ୍ୟ ଉପରେ ଭାରି ପଡ଼ିଥିଲେ ଯୁକ୍ରେନ । ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା ଋଷ୍। ହେଲେ ଏବେ ପୁଣି ଥରେ ଆତ୍ମଘାତୀ ହମାଲା କରୁଛି । ୟୁକ୍ରେନର ଗୁରୁ୍ତ୍ବପୂର୍ଣ୍ଣ ଭିତ୍ତିଭୂମୀ ଉପରେ ଋଷ ମିସାଇଲ୍ ମାଡ଼ କରୁଥିବା କାରେଲୋ ୟମୋସେଲଙ୍କୋ କହିଛନ୍ତି ।

ଅନ୍ୟପଟେ ଖାରକିବ୍ ସୀମାନ୍ତ ଅଞ୍ଚଳରେ ଋଷ୍ S-300 କ୍ଷେପଣାସ୍ତ୍ର ମାଡ଼ କରିଛି । ଏହା ଦ୍ବାରା ଖାରକୀବ୍ ଓ ଚୁହେଦୁ ଜିଲ୍ଲାର ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଶକ୍ତି ଉର୍ଜା ଗୁଡ଼ିକ ପ୍ରଭାବିତ ହୋଇଛି ବୋଲି ଖରବୀକ୍ ଗଭର୍ଣ୍ଣର କହିଛନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.