ଚୀନ, ଭାରତ ଏବଂ ବ୍ରାଜିଲ୍ ହୋଇପାରିବେ ମଧ୍ୟସ୍ଥି; ଯୁକ୍ରେନ୍ ଯୁଦ୍ଧ ଭିତରେ ପୁଟିନଙ୍କ ଶାନ୍ତି ବାର୍ତ୍ତା ବୟାନ

Published By : Prameya-News7 Bureau | September 05, 2024 IST

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଛି କୀଭ୍ । ୟୁକ୍ରେନ ସେନା ଋଷ୍ ଉପରେ ଭାରି ପଡ଼ୁଛନ୍ତି । ପାଶ୍ଚାତ୍ୟ ଦେଶରୁ ମିଳିଥିବା ଡ୍ରୋନ ଦ୍ବାରା ହମଲା କରୁଛି ୟୁକ୍ରେନ । ଏହାର ପଲଟା ଜବାବ ମଧ୍ୟ ଦେଉଛି ଋଷ୍ । ଏହାରି ଭିତରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ୟୁକ୍ରେନ ସହିତ ଶାନ୍ତି ବାର୍ତ୍ତାରେ ଚୀନ, ଭାରତ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା ଭୂମିକା ନିଭାଇ ପାରନ୍ତି ।    

ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ପୁଟିନ କହିଛନ୍ତି, ଋଷର ପ୍ରମୁଖ ମୁଦ୍ଦା ହେଉଛି ୟୁକ୍ରେନର ଡୋନବାସ କ୍ଷେତ୍ରକୁ କବଜା କରିବା । ଋଷ୍ ସେନା ଧୀରେ ଧୀରେ କୁସର୍କ ଅଞ୍ଚଳରୁ ୟୁକ୍ରେନ ସେନାକୁ ପଛକୁ ଠେଲିବା ସହିତ ସ୍ଥାନୀୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଉଛି । 

ପୁଟିନଙ୍କ ଶାନ୍ତି ବୟାନ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିଛନ୍ତି । ପିଏମ୍ ମୋଦି ପ୍ରଥମ ଋଷ୍ ପରେ ଯୁଦ୍ଧ ଗ୍ରସ୍ତ ୟୁକ୍ରେନ କରିଥିଲେ । ଉଭୟ ଗସ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ଏବଂ ବୈଶ୍ବିକ ସ୍ତରରେ ଚର୍ଚ୍ଚା କରିଥିଲେ । ଏହା ଛଡ଼ା ପ୍ରଧାନମନ୍ତ୍ରୀ ମୋଦି ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ମନେ ପକାଇ ଦେଇଥିଲେ ଯେ, ଯୁଦ୍ଧ ଭିତରେ ଶାନ୍ତିର ରାସ୍ତା ବାହାରେ ନାହିଁ । ଏବେ ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ବଡ଼ ବୟାନ ଦେଇଛନ୍ତି ଏବଂ ଏଥିରେ ଭାରତ, ଚୀନ ଓ ବ୍ରାଜିଲ୍ ମଧ୍ୟସ୍ଥତା ଭୂମିକା ନିଭାଇ ପାରିବେ ବୋଲି କହିଛନ୍ତି ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.