suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ୟୁକ୍ରେନର ଡୋନେଟସ୍କ୍ ଏବଂ ପୋଲଟାଭାରେ ବିସ୍ଫୋରଣ, ଆକାଶମାର୍ଗରୁ ଆକ୍ରମଣ ନେଇ ଆଲର୍ଟ ଜାରି

5/12/2022 at 9:21 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅନେକ ମାସରୁ ଯୁଦ୍ଧ ଜାରି ରହିଛି । ତେବେ ସୋମବାର ୟୁକ୍ରେନ ଡୋନେଟସ୍କ୍ ଏବଂ ପୋଲଟାଭାରେ ବଡ଼ ବିସ୍ଫୋରଣ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ୟୁକ୍ରେନରେ ବିମାନ ଆକ୍ରମଣ ପାଇଁ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଖାରକିଭରେ ବିସ୍ଫୋରଣ ନେଇ ସୂଚନା ମିଳିଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ଆକାଶମାର୍ଗରୁ ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଛି ।

ମିଡିଆ ରିପୋର୍ଟରେ ସ୍ଥାନୀୟ ଅଧିକାରୀଙ୍କ ସୂଚନାକୁ ନେଇ କୁହାଯାଇଛି ଯେ ୟୁକ୍ରେନର କ୍ରିବି ରିହ (Kryvyi Rih) ସହରରେ ସୋମବାର ସକାଳେ ରୁଷ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ସୈନ୍ୟ ଅଧିକାରୀଙ୍କ କହିଛନ୍ତି ତିନି ମିଶାଇଲ ମଧ୍ୟରୁ ଗୋଟିଏ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଥିଲା ।

ଏହାରି ଭିରତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀଙ୍କୁ ଶୀତ ଦିନେ ଏକଜୁଟ୍ ହୋଇ ରହିବା ପାଇଁ ଆହ୍ୱାନ ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କିଙ୍କ କହିଥିଲେ ଯେ ଶୀତର ଲାଭ ଉଠାଇ ୟୁକ୍ରୋନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ ବଡ଼ ଯୋଜନା କରୁଛି । ଶୀତକୁ ସହିବାକୁ ସବୁ ସମ୍ଭବ ପ୍ରୟାସ କରିବାକୁ ସେ ୟୁକ୍ରେନବାସୀଙ୍କୁ ଅପିଲ୍ କରିଛନ୍ତି ।  

   Related Posts