AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ରହସ୍ୟ ଘେରରେ ୨ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ; ୩ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ପଚରାଉଚୁରା

28/12/2022 at 4:23 PM

କଟକ ୨୮/୧୨: ଋଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ସତର୍କତା ଅବଲମ୍ବନ କରୁଛି। ଯେହେତୁ ଏହା ଅନ୍ତର୍ଜାତୀୟ ପ୍ରସଙ୍ଗ ତେଣୁ ତଦନ୍ତର ଦିଗ ବ୍ୟାପ୍ତ ହେବ। ଏଥିରେ ସବୁ ଦିଗକୁ ଧ୍ୟାନ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ଘଟଣାର ଖିଅ ଖୋଜି ବାହାର କରିବା ପାଇଁ ବୁଧବାର କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୩ ଜଣଙ୍କୁ ଜେରା କରାଯାଉଛି।

ରୁଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ଉଠିବକି ପର୍ଦ୍ଦା ? ବ୍ଲାଦିମୀର ବିଦାନଭଙ୍କ ମୃତ୍ୟୁ ଓ ପରେ ପୁଣି ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ  ଘଟଣା ସନ୍ଦେହ ସଷ୍ଟି କରିଛି। ଏହାର ତଦନ୍ତ କରିବାପାଇଁ  ବୁଧାବରକ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୩ ଜଣଙ୍କୁ ଜେରା ହୋଇଛି।  ଜେରାର ସମ୍ମୁଖୀନ ହେଉଥିବା ଋଷିୟ ଦାମ୍ପତ୍ତି ଏବଂ ସ୍ଥାନୀୟ ଗାଇଡଙ୍କୁ ଦିନ ତମାମ ଜେରା କରିଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ ଭିସେରା ରିପୋର୍ଟର ଯାଞ୍ଚ କରାଯିବ,ଆବଶ୍ୟକ ସ୍ଥଳେ ଦିଲ୍ଲୀ ଏମ୍ସକୁ ଭିସେରା ରିପୋର୍ଟ ଯାଞ୍ଚ ପାଇଁ ପଠାଯିବ। ଭାଷାଗତ ସମସ୍ୟା ଥିବାରୁ ଅନୁବାଦକଙ୍କ କ୍ରାଇମବ୍ରାଞ୍ଚ ସହଯୋଗ ଆବଶ୍ୟକ କରିଛି।

ମୃତ ରୁଷିୟ ନାଗରିକ ଜଣେ ସଂସଦ ଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ମୃତ ପର୍ଯ୍ୟଟକଙ୍କ ମର ଶରୀର ନେବାକୁ ସେମାନଙ୍କ ପରିବାର ରାଜି ନାହାନ୍ତି। ଏହି ବିଦେଶୀ ନାଗରିକଙ୍କ ଶବକୁ କାହିଁକି ପୋଡିଗଲା ସେ ନେଇ ପ୍ରଶ୍ନ ଉଠିଛି। ଅତ୍ୟଧିକ ମଦ୍ୟପାନ କରିଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଆଜି ଜେରା ସମୟରେ ରୁଷି ଦାମ୍ପତ୍ତି କହିଛନ୍ତି। ଏବଂ ପୂର୍ବରୁ ଅର୍ଥାତ ୩ ବର୍ଷ ତଳେ ବ୍ଲାଦିମୀର ବିଦାନଭ ଦକ୍ଷିଣ ଭାରତକୁ ବୁଲିବା ପାଇଁ ଯାଇଥିଲେ। ଏହି ଘଟଣାକୁ ନେଇ ରୁଷ ଏଂବାସୀ କିମ୍ବା ଭାରତ ସରକାର ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚକୁ କୌଣସି ରିପୋର୍ଟ ମାଗିନାହାନ୍ତି।

   Related Posts