Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ତିଆରି କରିବ ଋଷ, ସେୟାର କରିବ T-14 ଆର୍ମଟାର ଟେକ୍ନୋଲୋଜୀ

19/02/2023 at 6:26 PM

ନୂଆଦିଲ୍ଲୀ, ୧୯/୦୨: ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍‌ ତିଆର କରିବ ଋଷ। ଅତ୍ୟାଧୁନିକ ଟ୍ୟାଙ୍କ୍ ଟି-୧୪ ଆର୍ମଟାର ଟେକ୍ନୋଲୋଜୀକୁ ଭାରତ ସହ ବାଣ୍ଟିବା ଏବଂ ଏହାର ନିର୍ମାଣରେ ସହଭାଗିତା କରିବାକୁ ଇଚ୍ଛା ପ୍ରକାଶ କରିଛି ଋଷ। ଟି-୧୪ ଆର୍ମଟା ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ମଧ୍ୟରୁ ଗୋଟିଏ। ଏହା ଭବିଷ୍ୟତରେ ଭାରତ ସହ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ଗୁଡ଼ିକୁ ମିଳିତ ଭାବରେ ବିକାଶ କରିବାକୁ ଇଚ୍ଛା କରିଛି ଋଷ। ବର୍ତ୍ତମାନ ଭାରତ ପାଖରେ ଋଷ ଟେକ୍ନୋଲୋଜୀ ଦ୍ବାର ନିର୍ମିତ ଟି-୯୦ ଭୀଷ୍ମ ଏବଂ ଟି-୭୨ ଅଜେୟ ଯୁଦ୍ଧ ଟ୍ୟାଙ୍କ୍ ରହିଛି। ଖାଲି ସେତିକି ନୁହେଁ ଭାରତ ପାଖରେ ସ୍ବଦେଶୀ ଭାବରେ ବିକଶିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ ଅର୍ଜୁନ ମଧ୍ୟ ରହିଛି।

ଏକ ରିପୋର୍ଟ ଅନୁଯାୟୀ ଋଷର ଫେଡେରାଲ୍ ସର୍ଭିସେସ୍ ଅଫ୍ ମିଲିଟାରୀ ଟେକ୍ନୋଲୋଜି କର୍ପୋରେସନର ଡେପୁଟି ଡାଇରେକ୍ଟର ଭ୍ଲାଡିମିର୍ ଡ୍ରୋଜଜୋଭ୍ କହିଛନ୍ତି, ଋଷ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି ଭାରତୀୟ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ରଙ୍କୁ ମିଳିତ ଭାବରେ ବିକାଶରେ ଭାଗ ନେବା ପାଇଁ ଯୋଜନା କରାଯାଉଛି। ସେ ଆହୁରି କହିଛନ୍ତି ଗତ କିଛି ବର୍ଷରେ ଭାରତ ସହ ଅର୍ମାଟା ୟୁନିର୍ଭସାଲ କମ୍ବାଟ ପ୍ଲାଟଫର୍ମ ଉପରେ ଆଧାରିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ର ବିକାଶ ଉପରେ କାମ କରିବାକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି।

ଦୁନିଆାର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ଆର୍ମଟା:

ଆର୍ମଟା ଋଷର ଟି-୧୪ ଭାରି ଟ୍ୟାଙ୍କ୍ ଏବଂ ଟି-୧୫ ଆର୍ମର୍ଡ ଇନଫ୍ୟାଣ୍ଟ୍ରି ଲଢ଼ୁଆ ବିମାନ ପାଇଁ ଏକ ଆଧାର ଭାବରେ କାମ କରିଥାଏ। ଟି-୧୪ ଆର୍ମଟା ଟ୍ୟାଙ୍କକୁ ଋଷ କମ୍ପାନୀ ଉରଲବଗୋନଜାଓ୍ବାଡ ପ୍ରସ୍ତୁତ କରିଛି। ଏହା ଋଷ ଏପର୍ଯ୍ୟନ୍ତର ସବୁଠୁ ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ଟ୍ୟାଙ୍କ। ପ୍ରଥମ ଥର ୨୦୧୫ ରେ ମସ୍କୋ ସାର୍ବଜନିକ ହୋଇଥିଲା। ଆର୍ମଟାର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହାର ମୁଖ୍ୟ ବନ୍ଧୁକ। ଟି-୧୪ ଆର୍ମଟାରେ ସ୍ବୟଂଚାଳିତ ଲୋଡର ସହ ୧୨୫ ଏମଏମର ୨ଏ୮୨-୧ଏମ ସ୍ମୁଥବୋର୍‌ କ୍ୟାନନ୍‌ ଲଗାଯାଇଛି। ଏଥିରେ ୩୨ ରାଉଣ୍ଡ ଗୁଳି ପ୍ରସ୍ତୁତ ଅବସ୍ଥାରେ ରଖାଯାଇପାରିବ।

ଲେଜର ମିଶାଇଲରୁ ମଧ୍ୟ କରିପାରିବ ଆକ୍ରମଣ:

ଟି-୧୪ ଆର୍ମଟାର ୭ ରୁ ୧୨ କିମି ରେଞ୍ଜ୍‌ର ମୁଖ୍ୟ ବନ୍ଧୁକ ରହିଛି। ଯାହା ଏକ ନୂଆ ଲେଜର ଆଧାରିତ ମିସାଇଲ ମଧ୍ୟ କ୍ଷେପଣ କରିପାରିବ। ଏହି ଟ୍ୟାଙ୍କ ଶତ୍ରୁର ୧୫୨ ଏମଏମ ଟ୍ୟାଙ୍କ୍‌ର ଗୁଳିକୁ ମଧ୍ୟ ସହ୍ୟ କରିପାରିବ। ଦୁନିଆର ଅନ୍ୟ କୌଣସି ଟ୍ୟାଙ୍କ ଟି-୧୪ ଆର୍ମଟା ଭଳି ସୁରକ୍ଷିତ ନୁହେଁ। ଏହି ଟ୍ୟାଙ୍କରେ ଆମେରିକାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ ଆବ୍ରାମ୍ସ ଟ୍ୟାଙ୍କ୍‌ ତୁଳନାରେ ଦୁଇଗୁଣା ମୋଟା କବଚ ଲାଗିଛି। ଟି-୧୪ ଆର୍ମଟା ଗୋଟିଏ ଥର​‌ରେ ୪୫ ରାଉଣ୍ଡ ଯାଇପାରିବ। କୁହାଯାଉଛି ଟି-୧୪ ଆର୍ମଟାକୁ ଭବିଷ୍ୟତରେ ୧୫୨ ଏମଏମ୍‌ର ନୂଆ ତୋପରେ ଖଚିତ କରାଯାଇପାରେ।

   Related Posts