ପୁଟିନ୍‌ଙ୍କ ସଫଳ ପ୍ଲାନ୍ ପାଇଁ ୧୫ କୋଟି ଜନସଂଖ୍ୟାର ଦେଶରେ ମାତ୍ର ୪୯୫ କରୋନା ସଂକ୍ରମିତ, ଅଥଚ ୬ଲକ୍ଷ ଲୋକ ଥିବା ଲକ୍ସେମବର୍ଗରେ ୮ମୃତ, ୧୧୦୦ ଆକ୍ରାନ୍ତ

Published By : Prameya-News7 Bureau | March 25, 2020 IST

ମସ୍କୋ ୨୫।୩: କରୋନା ଭାଇରସ୍ ସାରା ବିଶ୍ବରେ ଏକ ବଡ ସଙ୍କଟ ସୃଷ୍ଟି କରିଛି | ପ୍ରତ୍ୟେକ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଚୀନ୍, ଆମେରିକା ଏବଂ ଇଟାଲୀ ସମେତ କିଛି ଏଭଳି ଦେଶ ଅଛି, ଯାହାର ସମ୍ବଳ ସତ୍ତ୍ବେ କରୋନା ସଂକ୍ରମଣକୁ ରୋକି ପାରିଲେନାହିଁ | ଅନ୍ୟପଟେ ଋଷ ଭଳି ଦେଶ ମଧ୍ୟ ଅଛି, ଯିଏ ଠିକ୍ ସମୟରେ ପଦକ୍ଷେପ ନେଇ ମହାମାରୀକୁ ବହୁ ପରିମାଣରେ କାବୁରେ ରଖିଛି । ଏହି ସଫଳତା ପଛରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବାନୁମାନ ଏବଂ ରଣନୀତି ସାମିଲ୍ ରହିଛି। ଏହା ସହିତ ଦେଶବାସୀଙ୍କର ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ରହିଛି ।

ଋଷ ବନାମ ଲକ୍ସେମବର୍ଗ :

ଋଷର ଜନସଂଖ୍ୟା ପ୍ରାୟ ୧୫୦ କୋଟି | ମଙ୍ଗଳବାର ରାତି ପର୍ଯ୍ୟନ୍ତ ମୋଟ୍ ୪୯୫ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ଲକ୍ସେମବର୍ଗର ଜନସଂଖ୍ୟା ୬ ଲକ୍ଷ ୨୮ ହଜାର | ଏଠାରେ ୧୧୦୦ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି | ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦେଶରେ ପ୍ରାୟ ସମାନ ଜଳବାୟୁ ରହିଛି। ପ୍ରଶ୍ନ ଉଠୁଛି ଯେ, ଋଷ କାହିଁକି ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି ଏବଂ ଲକ୍ସେମବର୍ଗ କିମ୍ବା ଇଟାଲୀ ଭଳି ଦେଶରେ ମହାମାରୀରୁ ମାଡି ମାଡି ଚାଲିଛି ।

ପୂର୍ବାନୁମାନ ଏବଂ ପ୍ରସ୍ତୁତି :

ଏକ ରିପୋର୍ଟ ଅନୁଯାୟୀ, ପୁଟିନ ଏବଂ ତାଙ୍କ ଅଧିକାରୀମାନେ ଏହି ସଂକ୍ରମଣର ମୁକାବିଲା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଚୀନ୍ ସହିତ ଋଷର ୨୬୦୦ ମାଇଲ୍ ଲମ୍ବା ସୀମା ଅଛି | କରୋନା ଭାଇରସ୍ ଚୀନ୍ ଉହାନରୁ ଉତ୍ପନ୍ନ ହୋଇଥିଲା | ଋଷ ସରକାର ଏହା ଜାଣିବା ମାତ୍ରେ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଚୀନ୍ ସୀମାକୁ କଡାକଡି ଭାବେ ସିଲ୍ କରାଯାଇଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ କିନ୍ତୁ ଋଷ ଚୀନ୍‌ର ଅସନ୍ତୋଷକୁ ଗୁରୁତ୍ବ ଦେଇନାହିଁ।

ପରୀକ୍ଷା, ପରୀକ୍ଷା ଏବଂ ପରୀକ୍ଷା :

ଡାକ୍ତର ମେଲ୍ତିଆ ଭୁଜୋଭିକ୍ ଋଷର WHO ପ୍ରତିନିଧି | ତାଙ୍କ କହିବା ଅନୁସାରେ, ‘ସତ କଥା ହେଉଛି ଯେ ଋଷ ଜାନୁଆରୀରେ ନିଜେ ଏହି ବିପଦ ବିଷୟରେ ଜାଣିପାରିଥିଲା। ଏଥିରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲା | ସେ ତିନୋଟି କାର୍ଯ୍ୟ କରିଥିଲା । ପ୍ରଥମରେ ପ୍ରତ୍ୟେକ ସନ୍ଦିଗ୍ଧଙ୍କ ପରୀକ୍ଷା ଏବଂ ପରିଚୟ | ଦ୍ବିତୀୟରେ ଯେଉଁମାନେ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କ ପରିଚୟ | ତୃତୀୟରେ ବିଚ୍ଛିନ୍ନତା | ସମସ୍ତ ତିନୋଟି ପର୍ଯ୍ୟାୟରେ ଗୁଣାତ୍ମକ ନିୟନ୍ତ୍ରଣ ବଜାୟ ରହିଲା | ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା | ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇଥିଲା।

ଋଷର ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୧ ସୁଦ୍ଧା ୧ଲକ୍ଷ ୫୬ ହଜାର ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ କିଛି ଦୁଇ କିମ୍ବା ତିନି ଥର ପରୀକ୍ଷା କରାଯାଇଥିଲା | ଏଥି ସହିତ ମାର୍ଚ୍ଚ ଆରମ୍ଭରେ ଆମେରିକା ଏକ ଅଭିବୃଦ୍ଧି ଦେଖାଦେଲା। ଫେବୃଆରୀ ଆରମ୍ଭରୁ ଋଷର ପ୍ରତ୍ୟେକ ବିମାନବନ୍ଦରରେ ଚୀନ୍, ଇରାନ, ଦକ୍ଷିଣ କୋରିଆ କିମ୍ବା ୟୁରୋପର ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଥିଲା । ମିଳିଥିବା ସନ୍ଦିଗ୍ଧମାନଙ୍କୁ ତୁରନ୍ତ କ୍ବାରେଣ୍ଟାଇନ୍ କରାଯାଇଥିଲା।

ଋଷ ଉପରେ ସନ୍ଦେହ :

ଏକ ରିପୋର୍ଟ ଅନୁଯାୟୀ, ଏଠାରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଋଷ ଦାବି କରୁଛି । କିନ୍ତୁ ଏଥିରେ କିଛି ସନ୍ଦେହ ରହିଛି | ବାସ୍ତବରେ, କୁହାଯାଉଛି ଯେ ଚେର୍ନୋବିଲ୍ ପରମାଣୁ ଦୁର୍ଘଟଣା (୧୯୮୬) ଏବଂ ୧୯୮୦ ଦଶକରେ ଏଚ୍.ଆଇ.ଭି ସଂକ୍ରମଣର ମଧ୍ୟ ଋଷ ସଠିକ୍ ଆକଳନ ଦେଇନାହିଁ। ଫେବୃଆରୀରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ଋଷରେ ୨୦୦୦୦ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏହା ବିଶ୍ବାସ କରିବା କଷ୍ଟକର | ସଚେତନତା ସୃଷ୍ଟି ପାଇଁ ପୁଟିନ ସରକାର ସୋସିଆଲ ମିଡିଆକୁ ବହୁଳ ଭାବେ ବ୍ୟବହାର କରିଥିଲେ। ଏହାର ଫାଇଦା ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.