ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ପାଇଁ ୟୁକ୍ରେନ୍ ଓ ଋଷ ମଧ୍ୟରେ ୩୬ ଘଣ୍ଟାର ଅସ୍ତ୍ରିବିରତୀ ଘୋଷଣା ହୋଇଥିଲା। ଆଉ ଏବେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି। ଲଗାତର ମିସାଇଲ ମାଡ଼ରେ ଥରିଉଠିଛି ଯୁକ୍ରେନର ପୂର୍ବାଞ୍ଚଳ। ଖ୍ରୀଷ୍ଟମାସ ପାଳନ ପାଇଁ ଭ୍ଲାଦିମିର ପୁଟିନ ଗୁରୁବାର ଯୁଦ୍ଧ ବିରାମ ଘୋଷଣା କରିଥିଲେ।
ଉଭୟ ଋଷ ଓ ୟୁକ୍ରେନରେ ଥିବା ଋଢିବାଦୀ ଖ୍ରୀଷ୍ଟିଆନମାନେ ଜାନୁଆରୀ ୬ ଓ ୭ରେ ଏହା ପାଳନ କରିଥିଲେ। ତେବେ ଯୁଦ୍ଧ ବିରାମ ସନ୍ଧି ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ୟୁକ୍ରେନ୍ ଆକାଶରେ ଏଯାର ସାଇରେନ୍ ବାଜି ଉଠିଲା। ହଠାତ୍ ଆକ୍ରମଣ କରିଦେଲା ଋଷ। ଏହାକୁ ନେଇ ଜେଲେନସ୍କି କହିଛନ୍ତି ଯୁଦ୍ଧ ବିରାମ ଆମେ ସେନାକୁ ଅଟକାଇବାକୁ ହୋଇଥିଲା। ଡୋନବାସରେ ପହଞ୍ଚିବା ସହ ଆମେ ସେନା ଯେମିତି ଗୋଳାବାରୁଦ ନ ଆଣିପାରିବ ସେ ସେଥିପାଇଁ ଏହି ବିରାମ ଦିଆଯାଇଥିଲା ବୋଲି ଜେଲେନସ୍କି କହିଛନ୍ତି।