ରୁଷ୍ କୋଭିଡ-୧୯ sputnik ଟିକା ଉତ୍ପାଦନ ଏବଂ ପରୀକ୍ଷଣ ପାଇଁ ଭାରତକୁ ମାଗିଲା ସାହାଯ୍ୟ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬/୮: ରୁଷ୍ କୋଭିଡ-୧୯ ଟିକା ସ୍ପୁତନିକ୍ -୫ ର ଉତ୍ପାଦନ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତଠୁ ସାହାଯ୍ୟ ମାଗିଛି। ସ୍ପୁତନିକ୍-୫ର ବିକାଶ ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ରୁଷୀୟ ରକ୍ଷା ମନ୍ତ୍ରଣାଳୟ ମିଶି କରିଛନ୍ତି। ଏହି ଟିକା ବିଷୟରେ ସୀମିତ ଡାଟାକୁ ନେଇ କେତେକ ବିଶେଷଜ୍ଞ ସନ୍ଦେହ ବ୍ୟକ୍ତ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର କହିଛନ୍ତି ଯେ ସ୍ପୁଟନିକ-୫ କଥା କହିବା ଯଦି ଭାରତ ଏବଂ ରୁଷ୍ ପରସ୍ପର ସହ ସମ୍ପର୍କରେ ଅଛନ୍ତି। କିଛି ପ୍ରାଥମିକ ସୂଚନା ସେୟାର କରାଯାଇଛି, କିଛି ବିଶ୍ଲେଷଣର ପ୍ରତୀକ୍ଷା ରହିଛି। ଜୈବ ପ୍ରାଦ୍ୟୋଗିକ ବିଭାଗ ଏବଂ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗକୁ ମାମଲାକୁ ଦେଖିବା ପାଇଁ କୁହାଯାଇଛି।

 ସୂଚନା ଅନୁଯାୟୀ,ଭାରତରେ ରୁଷର ରାଜଦୂତ ନିକୋଲୟ କୁଦାଶେବ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଏବଂ ସାଥିରେ ଜୈବ ପ୍ରାଦ୍ୟୋଗିକ ତଥା ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବଙ୍କ ସହ ଯୋଗାଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.