scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକାର ମିଲିଟାରୀ ବୋଟ୍‌କୁ ମାରି ନଷ୍ଟ କଲା ରୁଷ, ଯାତ୍ରା କରୁଥିଲେ ୟୁକ୍ରେନ ଯବାନ

22/08/2023 at 6:11 PM

ନୂଆଦିଲ୍ଲୀ: ୟୁକେନ୍ ସହ ଜାରି ଯୁଦ୍ଧ ଭିତରେ ରୁଷ ଏୟାରଫୋର୍ସ ସ୍ନେକ ଆୟରଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟକୁ ମାରି ନଷ୍ଟ କରିଛି । ହାଇସ୍ପିଡ୍ ମିଲିଟାରୀ ବୋଟ୍ ଉପରେ ୟୁକ୍ରେନ ସୈନିକ ଯାତ୍ରା କରୁଥିଲେ । ରୁଷ ରକ୍ଷା ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୨.୩୦ଟା ବେଳେ ଏହି ଘଟଣା ଘଟିଛି । କୃଷ୍ଣ ସାଗରରେ ଥିବା ସ୍ନେକ୍ ଆୟରଲାଣ୍ଡ ହେଉଛି ୟୁକ୍ରେନର ଏକ ଅଞ୍ଚଳ । ଏହା ପୂର୍ବରୁ କୃଷ୍ଣ ସାଗର ଫ୍ଲିଟର ଏସୟୁ-୩୦ ବିମାନ ୟୁକ୍ରେନ ବୋଟ୍‌କୁ ଟାର୍ଗେଟ୍ କରିଛି ।

ପଢନ୍ତୁ: ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ରଚୁଛି ରୁଷ ମିଜାଇଲ, ଚେର୍ନିହାଇଭରେ ବିସ୍ଫୋରଣ; ୫ ମୃତ, ୩୭ ଆହତ

ଗତ କିଛି ଦିନ ପୂର୍ବେ Novorossiyskରେ ୟୁକ୍ରେନ ସି ଡ୍ରୋନରୁ ଆକ୍ରମଣ କରାଯାଇଥିଲା । ଓକେନେଗୋସ୍କି ଗୋରନାୟକ ରୁଷ ନେଭାଲ୍ ଶିପ୍ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଗତ ଦୁଇ ମାସରେ କୃଷ୍ଣ ସାଗରରେ ୟୁକ୍ରେନ ନେଭାଲ୍ ଏବଂ ଡ୍ରୋନ୍ ଆକ୍ରମଣକୁ ତିନି ଗୁଣା ବଢାଇଛି ।

ଅନ୍ୟପଟେ ମସ୍କୋର ଉତ୍ତର ପଶ୍ଚିମ ସୀମାରେ ଥିବା କ୍ରାସ୍ତ୍ରୋଗୋର୍ସ୍କରେ ଧ୍ୱଂସର ବିଭୀଷିକା ଦେଖିବାକୁ ମିଳିଛି । ଏଠାରେ ୟୁକ୍ରେନ ଡ୍ରୋନର ଆକ୍ରମଣରେ ବିଲ୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଛି । ରୁଷ ପରି ଶକ୍ତିଶାଳୀ ଦେଶ ସହ କଡ଼ା ମୁକାବିଲା କରୁଛି ୟୁକ୍ରେନ । ଗତ ୧୦୦ ଘଣ୍ଟାରେ ୟୁକ୍ରେନ ଲଗାତାର ରୁଷ ଭିତରେ ବଡ଼ ବଡ଼ ବିସ୍ଫୋରଣ କରିବାରୁ ଉଦ୍ୟମ କରିଛି । ରୁଷ ପ୍ରତିଟି ଆକ୍ରମଣକୁ ବିଫଳ କରାଉଥିବା ବେଳେ ୟୁକ୍ରେନ ନିଜର ପ୍ରୟାସ ଜାରି ରଖିଛି ।

Also read: ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ରୁ ଅଳ୍ପକେ ବର୍ତ୍ତିଲା କ୍ରିମିୟା ବ୍ରିଜ୍

   Related Posts