ଏଥର ୟୁକ୍ରେନ ନୁହେଁ, ଭୟରେ ରୁଷ; ମସ୍କୋର ଉଚ୍ଚ ବିଲ୍ଡିଂରେ ମିସାଇଲ ଲଞ୍ଚର ଏବଂ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟର ଯୁଦ୍ଧକୁ ବର୍ଷେ ପୂରିବାକୁ ବସିଛି, କିନ୍ତୁ ଉଭୟ ପକ୍ଷ ପଛକୁ ହଟିବାକୁ ରାଜି ନୁହନ୍ତି । ରୁଷ ବିରୋଧ ଯୁଦ୍ଧରେ ୟୁକ୍ରେନକୁ ପାଶ୍ଚ୍ୟାତ ରାଷ୍ଟ୍ର ସହଯୋଗ କରୁଛନ୍ତି, ଯାହା ତାର ସୈନ୍ୟ କ୍ଷମତାକୁ ବଢାଇଛି । ନିକଟରେ ରୁଷ ଉପରେ ଆକ୍ରମଣକୁ ୟୁକ୍ରେନ ଜୋରଦାର କରିଥିଲା । ଆମେରିକା ମଧ୍ୟ ନିକଟରେ ୟୁକ୍ରେନକୁ ୯୦ କମବାଟ୍ ବାହାନ ଏବଂ ପେଟ୍ରିଏଟ ମିଶାଇଲ ଦେବା ନେଇ ଘୋଷଣା କରିଥିଲା ।

ଏହାରି ଭିତରେ ମସ୍କୋ ଉପରେ ମିଶାଇଲ ମାଡ ନେଇ ରୁଷ ଭୟଭୀତ ହୋଇଛି । ଏହାର ମୁକାବିଲା ପାଇଁ ରୁଷ ମସ୍କୋର ବଡ଼ ବଡ଼ ବିଲ୍ଡିଂର ଉପରେ ମିସାଇଲ ଲଞ୍ଚର ଏବଂ ଆଣ୍ଟି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି । ଏହି କ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନ ନିକଟରେ ଆଣ୍ଟି ଏୟାର ମିଶାଇଲ ସିଷ୍ଟମ ମୁତୟନ କରାଯାଇଛି ।

ଦ ଡେଲି ମେଲ୍ ଅନୁସାରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟର ରାଷ୍ଟ୍ରୀୟ ରକ୍ଷା ପ୍ରବନ୍ଧନ କେନ୍ଦ୍ର (NTsUO) ଛାତ ଉପରେ ଗୋଟିଏ ପେଣ୍ଟିର-ଏସ-୧ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି । ଏହା ଭ୍ଲାଦିମିର ପୁଟିନଙ୍କ କମାଣ୍ଡ ସେକ୍ଟର, ଫ୍ରୁଞ୍ଜେସ୍କାୟା ନିକଟରେ ରହିଛି ।

ରୁଷର ଏକ ଟେଲିଗ୍ରାମ ଚ୍ୟାନେଲ ମିଲିଟାରୀ ଇଫରମେଟ୍ ସ୍ୱୀକାର କରିଛି ୧.୨ କୋଟି ଜନସଂଖ୍ୟାର ବିଶିଷ୍ଟ ମସ୍କୋ ଏବେ ସୁରକ୍ଷିତ ନୁହେଁ । ତେବେ ଆଣ୍ଟି ମିଶାଇଲ ସିଷ୍ଟମର ମୁତୟନ ସ୍ପଷ୍ଟ କରୁଛି ଯେ ରୁଷ ସେନା ୟୁକ୍ରେନ ସେନାର ସମ୍ଭାବିତ ଆକ୍ରମଣକୁ ନେଇ ଭୟଭୀତ ରହିଛି ।

ଏହା ପୂର୍ବରୁ ଚଳିତ ସପ୍ତାହର ବୁଧବାର ମସ୍କୋର ଦୁଇଟି ସ୍ଥାନରେ ଅତ୍ୟାଧୁନିକ ଏସ-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ ମୁତୟନ କରିବାର ଫଟୋ ସାର୍ବଜନୀନ ହୋଇଥିଲା । ଡେଲି ମେଲର ରିପୋର୍ଟ ଅନୁସାରେ ମସ୍କୋର ଅଧାର ଡର୍ଜନରୁ ଅଧିକ ସ୍ଥାନରେ ଏହିପରି ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.