ସେନାରେ ବଡ଼ ଧରଣର ପରିବର୍ତ୍ତନ କରିବ ରୁଷ, ୟୁକ୍ରେନର ଶକ୍ତ ଗତିରୋଧ ପରେ କ୍ରେମିଲନର ନିଷ୍ପତ୍ତି

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧରେ ରୁଷକୁ ମିଳିନି ଆଶାନୁରୁପ ସଫଳତା । ଫେଲ ମାରିଛି ରୁଷ ସେନାର ରଣନୀତି । ୟୁକ୍ରେନର ଗତିରୋଧ ପୁଟିନଙ୍କୁ ଦେଇଛି ଶକ୍ତ ଝଟକା । ଏହାରି ଭିତରେ ରୁଷ ନିଜ ସାମରିକ ଗଠନରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗଇ ସୋଇଗୁ ବୟାନ ଦେଇ କହିଛନ୍ତି ଯେ ପ୍ରସ୍ତାବିତ ଯୋଜନା ୨୦୨୩ରୁ ୨୦୨୬ ମସିହା ମଧ୍ୟରେ ଲାଗୁ କରାଯିବ ।

ସଂସ୍କାର ନେଇ ପ୍ରସ୍ତାବ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସଂସ୍କାର ନେଇ ପ୍ରସ୍ତାବ ଦିଆଯାଇଛି । ଏଥିରେ ନୌସେନାର କମବାଟ ଶକ୍ତି ବୃଦ୍ଧି, ଏରୋସ୍ପେସ୍ ଏବଂ ଷ୍ଟ୍ରାଟେଜିକ୍ ମିଶାଇଲ ଶକ୍ତି ଏବଂ ପରିଚାଳନା ପ୍ରଣାଳୀରେ ବଡ଼ ପରିବର୍ତ୍ତନ ସାମିଲ ରହିଛି । କ୍ରେମଲିନ ମୁଖପାତ୍ର ଡିମିତ୍ରୀ ପେସକୋଭ କହିଛନ୍ତି ଯେ ୟୁକ୍ରେନରେ ପଶ୍ଚିମ ରାଷ୍ଟ୍ର ଦ୍ୱାରା ଲଢାଯାଉଥିବା ଛଦ୍ମ ଯୁଦ୍ଧ ଯୋଗୁଁ ଏହି ସଂସ୍କାର ଜରୁରୀ ହୋଇପଡିଛି।

ସୈନିକଙ୍କ ସଂଖ୍ୟାକୁ ୧.୫ ମିଲିୟନକୁ ବଢାଇବା

ରୁଷ ସହ ଯୁଦ୍ଧରେ ପଶ୍ଚ୍ୟାତ ରାଷ୍ଟ୍ର ଦ୍ୱାରା ଯୁକେନକୁ ଅତ୍ୟାଧୁନିକ ଅସ୍ତ୍ର ଯୋଗାଣକୁ ନେଇ ମୁଖପାତ୍ର ଡିମିତ୍ରୀ ପେସକୋଭ ମନ୍ତବ୍ୟ ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧରେ ବିଫଳ ରଣନୀତି ଯୋଗୁଁ ଅନେକ ସମାଲୋଚନା ଶିକାର ହେବା ପରେ ଗତ ଡିସେମ୍ୱରରେ ରୁଷ ନିଜ ସୈନିକଙ୍କ ସଂଖ୍ୟାକୁ ୧.୫ ମିଲିୟନକୁ ବଢାଇବା ନେଇ ଘୋଷଣା କରିଥିଲା । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠୁ ରୁଷ ନିଜ ସେନାର ସୈନିକ ଭର୍ତ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଚାଲିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.