ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଋଷିଆର ଅଫର, ଜାଣନ୍ତୁ ମହାବାଣିଜ୍ୟ ଦୂତ କହିଲେ କ’ଣ?

11/11/2022 at 4:46 PM

ଚେନ୍ନାଇ ୧୧।୧୧: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁ ଭାରତୀୟ ଡାକ୍ତରୀ ଛାତ୍ର ଗୁରୁତର ପ୍ରଭାବିତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପଢାରେ କ୍ଷତି ସହିବାକୁ ପଡିଛି। ଫେବୃଆରୀ ୨୦୨୨ରେ ଋଷିଆର ଆକ୍ରମଣ ପରେ ଭାରତୀୟ ଛାତ୍ରୀଛାତ୍ରୀଙ୍କୁ ୟୁକ୍ରେନରୁ ବାହାର କରି ଅଣାଯାଇଥିଲା। ଫଳରେ ହଜାର ହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତାରେ। ତେବେ ଏପରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢାଶେଷ କରିବା ପାଇଁ ଋଷିଆ ନିଜ ଦେଶକୁ ଆମନ୍ତ୍ରଣ କରିଛି।

ଚେନ୍ନାଇରେ ପହଞ୍ଚିଥିବା ଋଷିଆ ମହାବାଣିଜ୍ୟ ଦୂତ ଓଲେଗ୍ ଅଭଦିଭ କହିଛନ୍ତି ଯେ ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ର ଛାତ୍ରୀ ଋଷିଆରେ ସେମାନଙ୍କ ପଢା ଜାରି ରଖି ପାରିବେ । କାରଣ ୟୁକ୍ରେନ ଓ ଋଷିଆର ଡାକ୍ତରୀ ପାଠ୍ୟକ୍ରମ ଏକାଭଳି। ଯେହେତୁ ୟୁକ୍ରେନରେ ଅଧିକାଂଶ ଲୋକେ ଋଷୀୟ କହିଥାନ୍ତି ଏଣୁ  ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆ ଭାଷା ବୁଝିବାରେ ବିଶେଷ ଅସୁବିଧା ହେବନି। ଓଲେଗ କହିଛନ୍ତି ଯେ ଅନେକ ଲୋକେ ପାଠ ପଢିବାକୁ ଋଷିଆ ଯାଇଥାନ୍ତି। ଋଷିଆରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସ୍କୋଲାରସିପ୍ ଲାଗି ଆବେଦନ କରୁଛନ୍ତି।

ପ୍ରତିବର୍ଷ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ଋଷିଆ ଓ ୟୁକ୍ରେନକୁ ମୁହାଁଉଛନ୍ତି। ତେବେ ଯୁଦ୍ଧ ଲାଗି ଛାତ୍ରଛାତ୍ରୀ ୟୁକ୍ରେନ ଫେରି ପାରୁ ନାହାନ୍ତି। ଏହି ଦେଶମାନଙ୍କରେ ଏମବିବିଏସରୁ ଆରମ୍ଭ କରି ଅନ୍ୟ ଡାକ୍ତରୀ ଶିକ୍ଷା ଲାଗି ଖର୍ଚ୍ଚ ବହୁତ କମ ପଡିଥାଏ। ତେବେ ଯୁଦ୍ଧ ଯୋଗୁ ୨୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନ ଛାଡି ଭାରତ ପଳାଇଆସିଥିବା ବେଳେ ଏବେ ଶିକ୍ଷା କ୍ଷେତ୍ରକୁ ଫେରି ପାରୁ ନାହାନ୍ତି। ତେବେ ଋଷିଆର ପ୍ରସ୍ତାବ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଏବେ ଦେଖିବାର କଥା।

   Related Posts