ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପୋଲାଣ୍ଡ ଉପରେ ମିସାଇଲ ମାଡ଼, ଚିହିଁକି ଉଠିଲା ନାଟୋ, ଜି-୨୦ରେ ପ୍ରସଂଗ ଉଠାଇଲେ ବାଇଡେନ୍

16/11/2022 at 2:10 PM

ନୂଆଦିଲ୍ଲୀ: ଆଉ ଗୋଟିଏ ମହାଯୁଦ୍ଧ ସାମ୍ନା କରିପାରନ୍ତି ବିଶ୍ବବାସୀ । ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ବ । ଋଷର ମିସାଇଲ୍ ପୋଲାଣ୍ଡ ସୀମାରେ ପଡ଼ିବା ପରେ ଚିହିଁକି ଉଠିଛି ନାଟୋ । ମିସାଇଲ ମାଡ଼ ଘଟଣାକୁ ଗମ୍ଭୀରତାର ସହ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ନାଟୋ ସଦସ୍ୟ ଦେଶ । ସେପଟେ ପୋଲାଣ୍ଡ ରାଷ୍ଟ୍ରପତି ମଧ୍ୟ ପ୍ରତିରକ୍ଷା ବିଭାଗ ସହ ବୈଠକ କରିଛନ୍ତି । କୌଣସି ପରିସ୍ଥିତିରେ ମୁକାବିଲା ପାଇଁ ସତର୍କ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ଏକ ମହାଯୁଦ୍ଧ ଛୋଟ ଘଟଣାରୁ ଆରମ୍ଭ ହୋଇଥାଏ । ପ୍ରଥମ ବିଶ୍ବଯୁଦ୍ଧ ପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାନ ଢଙ୍ଗରେ ଆରମ୍ଭ ହୋଇଥିଲା । ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ । ସେହିପରି ମଙ୍ଗଳବାର ଋଷର ମିସାଇଲ ପୋଲାଣ୍ଡ ସୀମାରେ ପଡ଼ିବା ପରେ ଏହାକୁ ତୃତୀୟ ବିଶ୍ବର ପଦଧ୍ବନି ବୋଲି କୁହାଯାଉଛି । ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରରେ ଋଷ ସେନା ମିସାଇଲ୍ ମାଡ଼ରେ ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୋଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିବା ପରେ ନାଟୋ ସଦସ୍ୟତା ଗ୍ରହଣ କରିଥିବା ଦେଶ ମାନେ ଜରୁରୀକାଳୀନ ବୈଠକ ଡାକିଛନ୍ତି  । ନାଟୋ ମୁଖ୍ୟ ଜେନ୍ସ ଷ୍ଟାଲଟେନବର୍ଗ ଏହି ଜୀବନ ନେବା ବିସ୍ଫୋରଣର ତଦନ୍ତ ଜରୁରୀ ବୋଲି କହିଛନ୍ତି । ସେପଟେ ଋଷର ଏହି ମିସାଇଲ ମାଡ଼କୁ ଆମେରିକାର ଖୁଫିଆ ଏଜେନ୍ସି ମଧ୍ୟ ସ୍ପଷ୍ଟ କରିଛି । ଘଟଣାକୁ ନେଇ ପେଣ୍ଟାଗନ୍ ଓ ହ୍ବାଇଟ୍  ହାଉସ୍ ମଧ୍ୟ ଚିନ୍ତା ପ୍ରକଟ କରିଛି ।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସଂଗକୁ ଜି-୨୦ ସମ୍ମିଳନୀରେ ଉଠାଇଛନ୍ତି । ଏହା ସହିତ ଜି-୭ ବୈଠକ ଡାକିଛନ୍ତି ବାଇଡେନ୍ । ପୋଲାଣ୍ଡ ଉପରେ ହୋଇଥିବା ହମଲାର ଯାଞ୍ଚରେ ଆମେରିକା ସହଯୋଗ କରିବ ବୋଲି ଟ୍ବିଟ୍ କରି  ସୂଚନା ଦେଇଛନ୍ତି ବାଇଡେନ୍ । ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ମିସାଇଲ ଆଟକ୍ ହୋଇଥିବା ନେଇ ଦାବି କରିଛନ୍ତି । ମିସାଇଲ ପଡିବା ନେଇ ଋଷ୍ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିବାକୁ କହିଛି ପୋଲାଣ୍ଡ ।

   Related Posts